ଲଣ୍ଡନ : ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଜୁନ୍ ୨୪ ରୁ ଲିସେଷ୍ଟରସାୟାର ବିପକ୍ଷରେ ଚାରି ଦିନିଆ ଅଭ୍ୟାସ ମ୍ୟାଚ ଖେଳିବ । ୨୦୨୧ ମସିହାରେ ଆରମ୍ଭ ହୋଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଜୁଲାଇ ୧ ରୁ ଖେଳାଯିବ । ଯେଉଁଥିରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି । କ୍ୟାପଟେନ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତ ହେଉଛନ୍ତି । ନିକଟରେ ଶେଷ ହୋଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୫ ତମ ସିଜନ୍ ଉଭୟଙ୍କ ପାଇଁ ଭଲ ନଥିଲା, ତେଣୁ ଏହି ଅଭ୍ୟାସ ମ୍ୟାଚ୍ ରେ ଉଭୟ ହଜିଯାଇଥିବା ଫର୍ମ ଫେରି ପାଇବାକୁ ଚାହାଁନ୍ତି । ଅଭ୍ୟାସ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ଲିସେଷ୍ଟରରେ ପହଞ୍ଚି କଠିନ ପ୍ରଶିକ୍ଷଣ ନେଇଛନ୍ତି ।
ଅଧିନାୟକ ରୋହିତ ଏବଂ ବିରାଟଙ୍କ ବ୍ୟାଟିଂ ପ୍ରଶିକ୍ଷଣର ଭିଡିଓ ସାମ୍ନାକୁ ଆସିଛି, ବର୍ତ୍ତମାନ ଉଭୟଙ୍କ କ୍ୟାଚ ଅଭ୍ୟାସ କରୁଥିବାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ଲିସେଷ୍ଟରସାୟାର ଫକ୍ସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡଲରୁ ସେୟାର କରାଯାଇଛି ।
୨୦୨୧ ମସିହାରେ, ଯେତେବେଳେ ଟିମ୍ ଇଣ୍ଡିଆ ଇଂଲଣ୍ଡରେ ଏହି ସିରିଜର ପ୍ରଥମ ଚାରିଟି ଟେଷ୍ଟ ଖେଳିଥିଲା, ବିରାଟ କୋହଲି ଦଳର ଅଧିନାୟକ ଥିବାବେଳେ ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଥିଲେ । ଏଥର ମୁଖ୍ୟ ପ୍ରଶିକ୍ଷକ ହେଉଛନ୍ତି ରାହୁଲ ଦ୍ରାବିଡ, ଅଧିନାୟକ ହେଉଛନ୍ତି ରୋହିତ ଶର୍ମା । ପ୍ରଥମ ଚାରିଟି ଟେଷ୍ଟ ମ୍ୟାଚରେ ରୋହିତ ଭାରତ ପାଇଁ ସର୍ବାଧିକ ୩୬୮ ରନ୍ ସଂଗ୍ରହ କରିଥିଲେ । ଏଥି ସହିତ ଚାରିଟି ମ୍ୟାଚର ସାତୋଟି ଇନିଂସରେ ବିରାଟ କୋହଲିଙ୍କ ବ୍ୟାଟରୁ ୨୧୮ ରନ୍ ବାହାରିଥିଲା । ବିରାଟ କୋହଲିଙ୍କ ୭୧ ତମ ଅନ୍ତର୍ଜାତୀୟ ଶତକ ପାଇଁ ସାରା ବିଶ୍ୱରେ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି । ଏହା ଦେଖିବାକୁ ପଡ଼ିବ କି, ବିରାଟ ଏଜବାଷ୍ଟନ ଟେଷ୍ଟରେ ଏହି ସଫଳତା ହାସଲ କରିପାରିବେ କି ନାହିଁ?
Sign in
Sign in
Recover your password.
A password will be e-mailed to you.
Next Post