ବୌଦ୍ଧ ଜିଲ୍ଲାରେ ଆହୁରି ୧୬୫ ନମୂନା ରିପୋର୍ଟକୁ ଅପେକ୍ଷା

0 794

ବୌଦ୍ଧ : ଗତକାଲି ଜିଲ୍ଲା ପ୍ରଶାସନ ବୌଦ୍ଧ ଜିଲ୍ଲାର କରୋନା ସଂପର୍କିତ ଅପଡେଟ୍ ପ୍ରେସ ବିବୃତି ମାଧ୍ୟମରେ ପ୍ରକାଶ କରିଛି । ଗତ ତା.୩.୫.୨୦ ରିଖଠାରୁ ୧୮.୫.୨୦୨୦ରିଖ ମଧ୍ୟାହ୍ନ ୧୨.୩୦ ମି.ସୁଦ୍ଧା ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ୮୧୭ ଜଣ ପ୍ରବାସୀ ଶ୍ରମିକ ଫେରିଥିବା ସୂଚନା ଦେଇଛି । ୬୬୧ଜଣଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୪୯୬ଟିର ରିପୋର୍ଟ ଆସିସାରିଛି । ଯେଉଁଥିରେ କି ୪୯୧ଜଣଙ୍କ ନମୁନା ନେଗେଟିଭ୍ ରିପୋର୍ଟ ଆସି ସାରିଛି । ଯେଉଁଥିରେ କି ୪୯୧ଜଣଙ୍କ ନମୁନା ନେଗେଟିଭ୍ ରହିଥିବା ବେଳେ ୫ଜଣଙ୍କ ନମୁନା ପଜିଟିଭ୍ ରହିଛି । ବାକି ରହିଥିବା ୧୬୫ଟି ନମୂନାର ରିପୋର୍ଟ ହସ୍ତଗତ ହୋଇନଥିବ ପ୍ରଶାସନ ପ୍ରେସ ବିବୃତି ମାଧ୍ୟମରେ ସ୍ପଷ୍ଟ କରିଛି । ଲକଡାଉନ ସମୟରେ ବୌଦ୍ଧ ଜିଲ୍ଲାରେ ଫସି ରହିଥିବା ବାହାର ରାଜ୍ୟର ୪୭୯ଜଣ ଶ୍ରମିକ ନିଜନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଥିବା ସୂଚନା ମିଳିଛି । ବୌଦ୍ଧକୁ ଫେରିଥିବା ୮୧୭ଜଣ ଶ୍ରମିକଙ୍କ ମଧ୍ୟରୁ ବୌଦ୍ଧ ବ୍ଲକର ୨୦୨ଜଣ, ହରଭଙ୍ଗା ବ୍ଲକର ୩୪୫ଜଣ, କଣ୍ଟାମାଳ ବ୍ଲକର ୨୫୪ଜଣ ଓ ବୌଦ୍ଧ ସହରର ୧୬ଜଣ ଅନ୍ତର୍ଭୁକ୍ତ ଅଟନ୍ତି । ଜିଲ୍ଲାରେ ରହିଥିବା ୨୫ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ପ୍ରବାସୀ ଶ୍ରମିକଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

5 × 2 =