ଲଘୁ ବନଜାତ ଦ୍ରବ୍ୟ ବିକ୍ରି ପାଇଁ ସଚେତନତା ରଥ

0 861

ସମ୍ବଲପୁର :ଲଘୁବନଜାତ ଦ୍ରବ୍ୟସ°ଗ୍ରହ ଓ ବିକ୍ରି ଯୋଗେ ଜୀବିକା ନିର୍ବାହ କରୁଥିବା ବନବାସୀ ଓ ଆଦିବାସୀ ଙ୍କୁ ଏବିଷୟରେ ସଚେତନ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥ ବାହାର କରାଯାଇଛି । ସମ୍ବଲପୁର ଜିଲ୍ଲା ବନାଧିକାରୀ ସଞ୍ଜୀତ କୁମାର ଗତକାଲି ସ୍ଥାନୀୟ ଜିଲ୍ଲାପାଳ ଙ୍କ କାର୍ଯ୍ଯାଲୟ ପରିସରରୁ ସବୁଜ ଝଣ୍ଡା ଦେଖାଇ ଏହାର ଯାତ୍ରା ଶୁଭାରମ୍ଭ କରିଥିଲେ । ଏହା ଦ୍ବାରା ଏକ ପ୍ରାମାଣିକ ସୂଚୀ ଜାରି କରି ଅଣକାଷ୍ଠ ଲଘୁ ବନଜାତ ଦ୍ରବ୍ୟ ଓ ସେଗୁଡିକ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ସର୍ବନିମ୍ନ କିଣାଦର ପ୍ରକାଶିତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ନିରୀହ ବନବାସୀ ଓ ଆଦିବାସୀ ଲୋକଙ୍କ ସରଳତା ଯୋଗୁଁ କିଛି ଅସାଧୁ ବ୍ୟବସାୟୀ ଏପରି ଲଘୁ ବନଜାତ ଦ୍ରବ୍ୟ କମ ଦରରେ କିଣି ସେମାନଙ୍କ ଶୋଷଣ କରୁଥିବା କିଛି ନୂଆ କଥା ନୁହେଁ । ଏହି ଶୋଷଣ ରୁ ସେମାନଙ୍କୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଏପରି କିଛି କାର୍ଯ୍ୟକ୍ରମ ଚଳାଇଥାନ୍ତି । ଏହି ଶୃଙ୍ଖଳା ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଗୁଡ଼ିକ ପାଇଁ ଧାର୍ଯ୍ୟ ସର୍ବନିମ୍ନ କିଣାଦର ଘୋଷଣା କରାଯାଇଛି । ସଚେତନତା ରଥ ରୂପେ ଜହି ଭେନ ଜିଲ୍ଲା ର ପ୍ରତ୍ୟେକ କୋଣ ଅଣୁକୋଣରେ ପହଞ୍ଚି ବନବାସୀ ଓ ଆଦିବାସୀ ମାନଙ୍କୁ ଏଦିଗରେ ସଚେତନ କରାଇବ ।

hiranchal ad1
Leave A Reply

Your email address will not be published.

7 + ten =