ଲୋକଙ୍କ କାମରେ ଆସୁଛି କି କରୋନା କଣ୍ଟ୍ରୋଲ ରୁମ୍ !

0 463

ବୌଦ୍ଧ:କରୋନା ସଂପର୍କୀତ ସୂଚନା ଆଦାନ ପ୍ରଦାନ ପାଇଁ ବୌଦ୍ଧଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିବାରାତ୍ର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଦୈନିକ ୮ଘଣ୍ଟିଆ ସିଫଟରେ ଏ କଣ୍ଟ୍ରୋଲ ରୁମ ପରିଚାଳିତ ହେଉଅଛି । ୨ଜଣ କର୍ମଚାରୀଙ୍କ ସହିତ ଜଣେ ଅଫିସର ପ୍ରତ୍ୟେକ ସିଫ୍‌ଟରେ କାମ କରିବାକୁ ବ୍ୟବସ୍ଥା ରହିଛି । ଲୋକଙ୍କ ଆପତ୍ତି ଅଭିଯୋଗ ଗୁଡିକୁ ଶୁଣି ଏକ ରେଜିଷ୍ଟରରେ ଲେଖି ତାର ସମାଧାନ କରିବା କଣ୍ଟ୍ରୋଲ ରୁମ୍‌ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଅଟେ । ସେଥିପାଇଁ କଣ୍ଟ୍ରୋଲ ରୁମ୍‌ର ଏକ ଟେଲିଫୋନ ନମ୍ବର ପ୍ରଶାସନ ଜାରି କରିଥିଲା । ଯେଉଁଥିରେ କି ସାଧାରଣଲୋକେ ଯୋଗାଯୋଗ କରିପାରିବେ ।
କଣ୍ଟ୍ରୋଲ ରୁମ ମାଧ୍ୟମରେ ବିଶେଷକରି ବାହାରୁ ଫେରୁଥିବା ଓ ଫେରିବାକୁ ଆଶା ରଖିଥିବା ପ୍ରବାସୀ ଓ ତାଙ୍କ ପରିବାରଲୋକ ବିଶେଷ ଭାବରେ ଯୋଗାଯୋଗ କରୁଥିବା ଦେଖିବାକୁ ମିଳୁଛି । ଏହି ନମ୍ବରକୁ ଫୋନ କରୁଥିବା ଲୋକଙ୍କ ଅଭିଯୋଗ ଅନୁଯାୟୀ ଏଠାକୁ ଫୋନକରି କେବଳ ମନବୁଝାଇବା କଥା । ସମସ୍ୟାର ସମାଧାନ ହେବାର ଆଶା ରଖିଥିବା ଲୋକ ନିରାଶ ହେଉଛନ୍ତି । କର୍ମଚାରୀମାନେ ସୂଚନାକୁ ମନଦେଇ ଶୁଣି ଲିପିବଦ୍ଧ କରୁଥିଲେ ମଧ୍ୟ ସିଫଟରେ ନିୟୋଜିତ ଅଫିସରମାନେ ଅନୁପସ୍ଥିତ ରହୁଥିବା ଅଭିଯୋଗ ହୁଏ । ସେଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଦେଖିବାକୁ ମିଳେ । ରାତିକଥା ଅଲଗା ମାତ୍ର ଦିନବେଳା ମଧ୍ୟ ଡ୍ୟୁଟିରେଥିବା ଅଫିସରମାନେ କଣ୍ଟ୍ରୋଲ ରୁମରେ ରହୁନଥିବା ଅଭିଯୋଗ ହୁଏ । ରାଜ୍ୟବାହାରେ ଥିବା ଲୋକମାନେ କେତେ ଆଶାନେଇ ଫୋନ କରୁଥିଲେ ମଧ୍ୟ ତାହା କୌଣସି କାମକୁ ଆସୁନଥିବାରୁ ସେମାନେ ହତାଶ ହେଉଥିବା ଅଭିଯୋଗ କରନ୍ତି ।
କଣ୍ଟ୍ରୋଲ ରୁମକୁ ସକ୍ରିୟ ଓ ଫଳପ୍ରଦ କରାଇବା ଦିଗରେ ଜିଲ୍ଲାପାଳ ମହୋଦୟ ଦୃଷ୍ଟିଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

one + 3 =