ବୌଦ୍ଧ:କରୋନା ବିରୁଦ୍ଧରେ ସାରା ଦେଶ ଲଢୁଛି । ଯିଏ ଯେଉଁ ପଦବୀରେ ଥାଉନା କାହିଁକି କେମିତି ଶୀଘ୍ର କରୋନା ହଟିବ ସେଥିପାଇଁ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି । ଯେଉଁମାନେ ପ୍ରତ୍ୟକ୍ଷ ଭାବରେ କରୋନା ବିରୋଧୀ ସଂଗ୍ରାମରେ ନିୟୋଜିତ ଅଛନ୍ତି ସରକାର ସେମାନଙ୍କୁ କରୋନା ଯୋଦ୍ଧା ଭାବରେ ନାମିତ କରିଛନ୍ତି ସମ୍ମାନୀତ କରିବା ଉଦ୍ଦେଶ୍ୟରେ । ବୌଦ୍ଧଜିଲ୍ଲାରେ କରୋନା ବିରୋଧି ସଂଗ୍ରାମରେ ଅନେକ ଯୋଦ୍ଧାଙ୍କ ମଧ୍ୟରୁ ଜଣେ ଯୋଦ୍ଧା ହେଉଛନ୍ତି ସସ୍ମିତା ମଗର । ଯିଏକି ବର୍ତ୍ତମାନ ମନମୁଣ୍ଡା ଥାନାରେ ପୋଲିସ ବିଭାଗର ସବଇନିସପେକ୍ଟର ଭାବରେ କାର୍ଯ୍ୟରତା ।
ସସ୍ମିତାଙ୍କ ଉପରେ ଅନେକ ଦାୟିତ୍ୱ । ମନମୁଣ୍ଡା ପଶ୍ଚିମ ଓଡିଶାର ପ୍ରବେଶ ପଥ କହିଲେ ଅତ୍ୟୁକ୍ତି ହେବନାହିଁ । ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ସହ ଯାନବାହନ ତନଖି ଓ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକପ୍ରବାହୀ ଗାଡିଗୁଡିକର ପରିଚାଳନା ଦାୟିତ୍ୱ ଦିନରାତି ବୁଝିବାରେ ସମୟ ଟିକେ ମିଳୁନାହିଁ ପରିବାର କଥା ବୁଝିବାପାଇଁ । ସ୍ୱାମୀ ମଧ୍ୟ ଚାକିରୀ କରୁଥିବାରୁ ଓ ବାହାରେ ରହୁଥିବାରୁ ଦେଢବର୍ଷର ଛୋଟପିଲାକୁ ଘରେ ଜଣେ ତତ୍ତ୍ୱାବଧାରକ ପାଖରେ ଛାଡି ଲକ୍ଡାଉନ ପ୍ରାରମ୍ଭରୁ କରୋନା ଯୋଦ୍ଧାଭାବେ ଦିନରାତି ନିଜର ଭୂମିକା ନିର୍ବାହ କରିଆସୁଛନ୍ତି । ପରିବାର ଆଗରେ ମୋ ଜିଲ୍ଲା ମୋ ରାଜ୍ୟ ଓ ଦେଶ ମୋ ପାଇଁ ବଡ ବୋଲି ପ୍ରକାଶ କରନ୍ତି ସସ୍ମିତା । ମମତା ଅପେକ୍ଷା ତାଙ୍କପାଇଁ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟବୋଧକୁ ସେ ପ୍ରାଥମିକତା ଦିଅନ୍ତି ବୋଲି କହିଥାନ୍ତି ।
ବାସ୍ତବରେ ପରିବାରର ବୋଝ, ମାନସିକ ଚାପ ଆଦିକୁ ଆଡକରି ଯିଏ ନିଜ କର୍ତ୍ତବ୍ୟ ସୁଚାରୁରୂପେ ସଂପାଦନ କରିପାରେ ସେ ହିଁ ଆଜିର ଘଡିସନ୍ଧି ମୁହୂର୍ତ୍ତରେ ମହାନ । ସସ୍ମିତାଙ୍କ ପରି କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ ।
Sign in
Sign in
Recover your password.
A password will be e-mailed to you.
Next Post