କମିବ ପେଟ୍ରୋଲ,ଡିଜେଲ ଦର

0 168

ନୂଆଦିଲ୍ଲୀ: ପେଟ୍ରୋଲ,ଡିଜେଲ କ୍ଷେତ୍ରରେ ଆଗକୁ ଗ୍ରାହକମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିବ । ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର କମିଥିବାରୁ ଭାରତରେ ପେଟ୍ରୋଲ-ଡିଜେଲର ଦର ଆହୁରି କମିବ ବୋଲି କୁହାଯାଉଛି । ବର୍ତ୍ତମାନ ଅଶୋଧିତ ତୈଳର ଏକ ବ୍ୟାରେଲ ପିଛା ଦାମ୍‌ ୧୦୦ଡଲାରରୁ ତଳକୁ ଖସି ଆସିଛି । ଗତ କିଛି ଦିନ ହେଲା ଅଶୋଧିତ ତୈଳର ମୂଲ୍ୟ କମୁଥିବାରୁ ଖୁବଶୀଘ୍ର ପେଟ୍ରୋଲ-ଡିଜେଲର ଦର କମିପାରେ ବୋଲି ଆଶା କରାଯାଉଛି । ଜୁନ୍‌ ମାସରେ ଭାରତରେ ପେଟ୍ରୋଲ ଓ ଡିଜେଲ ବିକ୍ରି ବୃଦ୍ଧି ପାଇଥିଲା । କାରଣ ଗ୍ରୀଷ୍ମ ଛୁଟିରେ ଲୋକମାନେ ଅଧିକ ଯାତ୍ରା କରିଥିବା ସହ ଅର୍ଥନୈତିକ କାର୍ଯ୍ୟକଳାପ ବଢିଥିଲା ଏବଂ ଫସଲ କାମ ପାଇଁ ଗାଡିର ବ୍ୟବହାର ଅଧିକ ହୋଇଥିଲା । ଓଡିଶାରେ ଜୁନ୍‌ ମାସରେ ମଦ ଓ ପେଟ୍ରୋଲରୁ ଭାଟ୍‌ ବାବଦରେ ୧୦୯୪.୩୩ କୋଟି ଟଙ୍କା ଆଦାୟ ହୋଇଛି । ଗତବର୍ଷ ଜୁନରେ ଏବାବଦରେ ୭୧୧.୧୫ କୋଟି ଟଙ୍କା ଆଦାୟ ହୋଇଥିଲା । ଅର୍ଥାତ୍‌ ଗତବର୍ଷ ଜୁନ୍‌ ତୁଳନାରେ ଚଳିତବର୍ଷ ଜୁନରେ ଭାଟ୍‌ ଆଦାୟ ରାଶି ଓଡିଶାରେ ୫୩.୮୮ ପ୍ରତିଶତ ବୃଦ୍ଧି ପାଇଛି । ୧୦୯୪.୩୩ କୋଟି ଟଙ୍କାର ଭାଟ୍‌ରୁ ପେଟ୍ରୋଲିୟମ ଉତ୍ପାଦ ଉପରୁ ୮୬୦.୫୭ କୋଟି ଟଙ୍କା ଏବଂ ମଦରୁ ୨୩୩.୭୬ କୋଟି ଟଙ୍କା ଆଦାୟ ହୋଇଛି । ଗତବର୍ଷ ଜୁନରେ ରାଜ୍ୟ ସରକାର ଭାଟ୍‌ ବାବଦରେ ପେଟ୍ରୋଲିୟମ ଉତ୍ପାଦ ଉପରୁ ୫୮୫.୫୮ କୋଟି ଟଙ୍କା ଏବଂ ମଦରୁ ୧୨୫.୫୬ କୋଟି ଟଙ୍କା ଆଦାୟ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × three =