ନାଳ ପାଣିରେ ଭାସିଗଲେ ଯୁବକ, ମୃତଦେହ ଉଦ୍ଧାର

0 65

ମାଲକାନଗିରି: ମାଛ ଧରିବା ହେଲା କାଳ, ନାଳ ପାଣିରେ ଭାସିଗଲେ ଯୁବକ । ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଏମ୍‌ଭି-୩୧ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି ।

hiring

ଖବର ଅନୁଯାୟୀ, ଏମ୍‌ଭି-୩୧ ଗାଁର ଯୁବକ ଜଗନ୍ନାଥ ଗୌଡ ଗାଁ ନିକଟରେ ଥିବା ନାଳକୁ ମାଛ ଧରିବାକୁ ଯାଇଥିଲେ । ହେଲେ ଅଧିକ ବର୍ଷା ଯୋଗୁଁ ନାଳରେ ହଠାତ୍‌ ପାଣିର ସ୍ତର ବଢିଯାଇଥିଲା । ଯାହାଫଳରେ  ଯୁବକ ଜଣଙ୍କ ପାଣି ସୁଅରେ ଭାସି ଯାଇଥିଲେ । ସେପଟେ ଏବିଷୟରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । କିଛି ସମୟର ଖୋଜାଖୋଜି ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ ।

hiranchal ad1
Leave A Reply

Your email address will not be published.

1 + four =