ଯୋଗୀମୁଣ୍ଡା ଅଞ୍ଚଳରେ ସାର କଳାବଜାରୀ, ଲାଇସେନ୍ସ ରଦ୍ଦ କରିବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ଦାବିପତ୍ର

0 162

ପାଟଣାଗଡ଼ : ଉନ୍ନତ ମାନର ଧାନ, କପା, ପରିପରିବାର ଆଦି ଚାଷ ପାଇଁ ଯଥେଷ୍ଟ ପରିମାଣରେ ସାରର ଆବଶ୍ୟକତା ରହିଛି । ଚଳିତ ଖରିଫ ଋତୁରେ ଆବଶ୍ୟକ ମୁତାବକ ସାର ସରକାରୀ ମୂଲ୍ୟରେ ନ ପାଇ ଚଢ଼ା ଦରରେ ସାର କିଣିବା ସଙ୍ଗେ ଜିଙ୍ଗ୍‌ ଭିଟାମିନ ନେବାକୁ ଚାଷୀଙ୍କୁ ବାଧ୍ୟତା କରାଯିବା ସହ ଚାଷୀ ଶୋଷଣ ର ଶିକାର ହେଉଥିବା ବେଳେ ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି । ଏନେଇ ପାଟଣାଗଡ ବ୍କକ ଯୋଗୀ ମୁଣ୍ଡା ଅଞ୍ଚଳରେ ଥିବା କେତେଜଣ ମୁନାଫା ସାର ଡିଲର ସରକାରଙ୍କ ଧାର୍ଯ୍ୟ ଦର ଅନୁସାରେ ୟୁରିଆ ୨୬୬ଟଙ୍କା ୬୦ ପଇସା ଥିବା ବେଳେ କମ ଆସୁଥିବା ଆଳଦେଖାଇ ୫ ଶହ ଟଙ୍କାରେ ବିକ୍ରି କରୁଥିବା ଚାଷି ମାନେ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ଡିଏପି ମଧ୍ୟ ଧାର୍ଯ୍ୟ ଦର ଠାରୁ ଅଧିକ ଦର ରେ ବିକ୍ରି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି ।
ଏଣୁ ଚଳିତ ଖରିଫ ଋତୁ ପାଇଁ ଚାଷୀଙ୍କୁ ଉପଯୁକ୍ତ ପରିମାଣରେ ସାର ଯୋଗାଇବା ସହ ଅନେକ ଗୁଡ଼ିଏ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ କୃଷକ ସେନା ର ସଭାପତି ସୌରୀ ସାହୁଙ୍କ ନେତୃତ୍ୱ ରେ ଶତାଧିକ ଚାଷୀ ମାନଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ ଏକ ତଦାରଖ ଟିମ୍‌ ଗଠନ କରି ଅଞ୍ଚଳରେ ଚଢାଦରରେ ବିକ୍ରି କରୁଥିବା ମୁନାଫା ଡିଲର ଚଢ଼ାଉ କରିବା ସହ ଲାଇସେନ୍ସ ରଦ୍ଦ କରିବାକୁ ଏକ ଦାବିପତ୍ର ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା କୃଷି ଅଧିକାରୀ ଗୁରେନ୍ଦ୍ର ନାଥ ସିଂଙ୍କୁ ପ୍ରଦାନ କରିଛନ୍ତି । ଜିଲ୍ଲାରୁ ବ୍ଲକ ପର୍ଯ୍ୟନ୍ତ ପ୍ରତ୍ୟେକ ଲାଇସେନ୍ସ ପ୍ରାପ୍ତ ସାର ଦୋକାନରେ ସବୁ ପ୍ରକାର ସାରର ଦର ତାଲିକା ଓ ସାର ଷ୍ଟକ୍‌ ର ପରିମାଣ ଉଲ୍ଲେଖ କରିବା ଓ ସାରର ସରକାରୀ ମୂଲ୍ୟ ଠାରୁ ଅଧିକ ନେଉଥିବା ବିକ୍ରେତାଙ୍କୁ ତାଗିଦ୍‌ କରିବା ସହ ସେମାନଙ୍କ ଲାଇସେନ୍ସ ରଦ୍ଦ କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଭଳି ଚାଷୀ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି କୃଷକ ସେନାର ସଭାପତି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି । ଦାବୀ ପତ୍ର ପ୍ରଦାନ ସମୟରେ ଯୋଗୀ ମୁଣ୍ଡାର ଚାଷୀ ହେମରାଜ ସାହୁ, ବେଣୁଧର ସାହୁ, ମହନ ସାହୁ , ରଞ୍ଜନ ସାହୁ , ଶିବ ପ୍ରସାଦ ବଢେଇ , ରାଜକୁମାର ସାହୁଙ୍କ ସହ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

ten + three =