ଜଳ ଶକ୍ତି ଅଭିଯାନ ନୋଡାଲ ଅଧିକାରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

0 307

ସୁବର୍ଣ୍ଣପୁର: ଜିଲ୍ଲା ଗସ୍ତରେ ଆସିଥିବା ଜଳ ଶକ୍ତି ଅଭିଯାନ ର କେନ୍ଦ୍ର ନୋଡାଲ ଅଧିକାରୀ ତଥା ନିର୍ଦ୍ଦେଶକ ବନ୍ଦର ଓ ଜାହାଜ ଚଳାଚଳ, ଜଳ ମାର୍ଗ ବିନୟ ପ୍ରଜାପତି, ରାଜ୍ୟ ନୋଡାଲ ଅଧିକାରୀ ଭୁତଳ ଜଳ ବୈଜ୍ଞାନିକ ସୁଦର୍ଶନ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କହଁର, ଆର ଡବ୍ଲୁ ଏସ ଏସର ବିଭୁ ପ୍ରସାଦ ପଣ୍ଡା ପ୍ରମୁଖ ଆଦି ଜିଲ୍ଲାର ସୋନପୁର ବ୍ଲକର ଝିଙ୍କି,ସାହାଜପିଟା, କଳାପଥର, ତରଭା ବ୍ଲକର ଦେଉଳପଦର, ଅର୍ଡା, ଉଲୁଣ୍ଡା ବ୍ଲକର ଜାଲୋଏ ଓ କଳାପଥର ତଥା ବିନିକା ବ୍ଲକର ସିଂହିଯୁବା ଓ କର୍ତ୍ତଙ୍ଗ ଠାରେ ଚାଲିଥିବା ବିଭିନ୍ନ ଜଳ ସଂରକ୍ଷଣ ଓ ଜଳ ଅମଳ ପ୍ରକଳ୍ପ, ବୃକ୍ଷ ରୋପଣ ଓ ସମନ୍ୱିତ ଉଦ୍ୟାନ କୃଷି ପ୍ରଭୁତି, କାର୍ଯ୍ୟକ୍ରମର କ୍ଷେତ୍ର ପରିଦର୍ଶନ କରିଥିବା ବେଳେ ଅପରାହ୍ନରେ ଜଳ ଶକ୍ତି ଅଭିଯାନ ସମ୍ପର୍କିତ ଏକ ସମୀକ୍ଷା ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ର ଜଳ ଶକ୍ତି ଅଭିଯାନ ନୋଡାଲ ଅଧିକାରୀ ତଥା ନିର୍ଦ୍ଦେଶକ ବନ୍ଦର ଏବଂ ଜାହାଜ ଚଳାଚଳ, ଜଳ ମାର୍ଗ ( କେନ୍ଦ୍ର ସରକାର ) ବିନୟ ପ୍ରଜାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମୀକ୍ଷା ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ରାଜ୍ୟ ଜଳ ଶକ୍ତି ଅଭିଯାନର ନୋଡାଲ ଅଧିକାରୀ ବୈଜ୍ଞାନିକ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲ୍ରା ଜଳ ପରିଚାଳନା ଓ ଜଳ ସଂରକ୍ଷଣ ତଥା ଚାଷ ରେ ଜଳର ଉପଯୋଗୀତା, ବନୀକରଣ, ସମନ୍ୱିତ ଉଦ୍ୟାନ କୃଷି ଉପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗ ଏମ. ଆଇ / ଆର. ଡବ୍ଲୁ. ଏସ ଏସ / ଜଙ୍ଗଲ ବିଭାଗ / ଜଳ ବିଭାଜିକା, ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ବିସ୍ତୃତ ଭାବରେ ଜଳ ସଂରକ୍ଷଣ, ଜଳ ପରିଚାଳନା ତଥା ଜଳ ସଂରକ୍ଷଣ କାର୍ଯ୍ୟନ୍ୱୟନ ର ତଥ୍ୟ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ଜଳର ଉପଯୁକ୍ତ ସଂରକ୍ଷଣ, ଜଳର ସୁପରିଚାଳନା ତଥା କମ ଜଳ ଉପଯୋଗୀ ଚାଷ ଉପରେ ଅଧିକ କ୍ରିୟାଶୀଳ ହେବାକୁ କେନ୍ଦ୍ର ନୋଡାଲ ଅଧିକାରୀ ଶ୍ରୀ ପ୍ରଜାପତି ପରାମର୍ଶ ଦେଇଥିଲେ । ପୁନଶ୍ଚ ବିଭିନ୍ନ ଜଳ ବିଭାଜିକା ତଥା ଫାର୍ମ ପଣ୍ଡର ହିତାଧିକାରୀ ଚାଷୀଙ୍କୁ ଜଳର ସୁପରିଚାଳନା ତଥା ଜଳ ସଂରକ୍ଷଣ ଉପରେ ବିଶେଷ ସଚେତନତା କରାଇବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ପ୍ରତିନିଧି ଦଳ ଜିଲ୍ଲାରେ ଜଳର ସୁପରିଚାଳନା ତଥା ଜଳର ଅମଳ ଓ ସଂରକ୍ଷଣ ନିମନ୍ତେ ଜିଲ୍ଲା ଜଳ ସଂରକ୍ଷଣ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ଅନୁଷ୍ଠିତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସୁବର୍ଣ୍ଣପୁର ଶ୍ରୀ ନିହାର ରଞ୍ଜନ କଁହର ପରିଚାଳନା କରିଥିବା ବେଳେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଡିଆରଡିଏ ଇଂ. ବିଭୁ ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲ୍ଲାର ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ସମସ୍ତ ବ୍ଲକର ବିଡ଼ିଓ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

hiring

Read about permalinks(opens in a new tab)

hiranchal ad1
Leave A Reply

Your email address will not be published.

9 + nineteen =