ଦାଶରଥି ପଟ୍ଟନାୟକଙ୍କ ୧୧୫ ତମ ଜନ୍ମ ଜୟନ୍ତୀ ପାଳିତ

0 146

ଦଶପଲ୍ଲା : ଓଡ଼ିଶା ପାଠାଗାର ସଂଗ୍ରହାଳୟ ଆନ୍ଦୋଳନର ପ୍ରବାଦ ପୁରୁଷ ସାରସ୍ୱତ ସାଧକ ଦାଶରଥ ପଟ୍ଟନାୟକ (ଦାସିଆ ଅଜା) ଙ୍କ ୧୧୫ ତମ ଜନ୍ମ ଜୟନ୍ତୀ ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ଉଦୟପୁର ଗ୍ରାମରେ ଥିବା ଦାସିଆ ଅଜାଙ୍କ ସଂଗ୍ରହାଳୟ ଠାରେ ପାଳିତ ହୋଇଯାଇଛି । ଆଜି ଅପରାହ୍ନ ରେ ଉଦୟପୁରରେ ଥବା ଦାସିଆ ଅଜାଙ୍କ ସାଧନା ପୀଠରେ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ପାଠାଗାର , ସଂଗ୍ରହାଳୟ ପରିସରରେ ଥିବା ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ନାମ, ଭଜନ, ସଙ୍କୀର୍ତ୍ତନ, ପ୍ରାର୍ଥନା ସଭା, ଭାଗବତ ଏବଂ ଗୀତା ପାଠ କାର୍ଯ୍ୟକ୍ରମ କରାଯାଇ ଦାସିଆ ଅଜା ଏବଂ ସହ ଧର୍ମିଣୀ ପୌର୍ଣ୍ଣମାସୀ ଦେବୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଏହି କର୍ଯ୍ୟକ୍ରମ୍‌ରେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧୂ ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଢେଙ୍କଣା ପଞ୍ଚାୟତ ସରପଞ୍ଚ ଯୁଗଳ କିଶୋର ସାହୁ ପ୍ରମୁଖ ଯୋଗ ଦେଇ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଦାସିଆ ଅଜାଙ୍କ ପାଠାଗାର, ସଂଗ୍ରହାଳୟ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ସହିତ ରାଜଧାନୀ ଭୁବନେଶ୍ୱରରେ ଦାସିଆ ଅଜାଙ୍କ ଏକ ପୂର୍ଣ୍ଣାୟ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଉପସ୍ଥିତ ନେତୃବୃନ୍ଦ ଦାବୀ କରିଥିଲେ ।

hiranchal ad1
Leave A Reply

Your email address will not be published.

16 − thirteen =