ପୋଲିସ ସହାୟତା କେନ୍ଦ୍ରକୁ ଉଦଘାଟନ କଲେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ

0 88

ଗଞ୍ଜାମ,୧୩/୭: ଅଞ୍ଚଳରେ ଅପରାଧ ସଂଖ୍ୟା କମାଇବା ଓ ଲୋକଙ୍କୁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟନେଇ ଗଞ୍ଜାମ ଜିଲ୍ଲା କୋଦଳା ସହରର ଚାରିଛକ ଠାରେ ଉଦଘାଟନ ହେଲା ପୋଲିସ ସହାୟତା କେନ୍ଦ୍ର । ସହରବାସୀ ଏଠାରେ ପୋଲିସ ସହାୟତା କେନ୍ଦ୍ର ସ୍ଥାପନ ହେବା ନେଇ ବହୁଦିନରୁ ଦାବି କରିଆସୁଥିବା ବେଳେ ଆଜି ଏହାର ହୋଇଛି ଉଦଘାଟନ । ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଏହି ସହାୟତା କେନ୍ଦ୍ରକୁ ଉଦଘାଟନ କରିଥିବା ବେଳେ ଆସିକା ସାଂସଦ ପ୍ରମିଳା ବିଷୋୟୀ ,କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ , ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ, ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନ, କୋଦଳା ତହସିଲଦାର ସସ୍ମିତା ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଏହାସହିତ ଆଗାମୀଦିନରେ ବିଧାୟକ ପାଣ୍ଠିରୁ ସାତଲକ୍ଷ ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବା ନେଇ ସ୍ଥିର ହୋଇଥିବା କହିଛନ୍ତି ବିଧାୟିକା । ସେପଟେ ଏହି ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଥାନା ଅଧିକାରୀ ଦେବାଶିଷ ମହାନ୍ତି ଓ ସମସ୍ତ କର୍ମଚାରୀଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ, କର୍ମଚାରୀ ଉପସ୍ଥିତ ରହିଥିବାବେଳେ ସହର ବହୁ ଜନସାଧାରଣ ଉପସ୍ଥିତ ରହି ସରକାରଙ୍କ ଏହି ପଦକ୍ଷେପ କୁ ସ୍ୱାଗତ କରିଛନ୍ତି । ଅନ୍ୟପଟେ କିଛିଦିନ ପୂର୍ବରୁ ଫଳକ ନାମ ଲେଖାକୁ ନେଇ ଅଞ୍ଚଳରେ ରାଜନୀତି ସରଗରମ ହୋଇଥିଲା । ଫଳକରେ ନିଜ ନାମ ନଥିବା ନେଇ କୋଦଳା ଏନଏସି ଅଧ୍ୟକ୍ଷ ପ୍ରତିବାଦ କରିଥିଲେ ।ଏହି ପ୍ରତିବାଦକୁ ନେଇ ବିଧାୟିକା ଲତିକା ପ୍ରଧାନ କହିଛନ୍ତି ପୋଲିସ ସହାୟତା କେନ୍ଦ୍ର ପୋଲିସ ବିଭାଗର । ଏଥିରେ କାହାକୁ ନିମନ୍ତ୍ରଣ କରାଯିବ ଓ କାହା ନାମ ଲେଖାଯିବା ତାହା ବିଭାଗ ସ୍ଥିର କରେ । ଏହାକୁ ନେଇ ରାଜନୀତି କରଣ କରିବା ଅନୁଚିତ ।

hiranchal ad1
Leave A Reply

Your email address will not be published.

seven + five =