ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମପଞ୍ଚାୟତର ସରପଞ୍ଚ ଅନସୂୟା ପଧାନ ତାଙ୍କ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ସହଯୋଗ ଲୋଡିଛନ୍ତି । ପଂଚାୟତରେ ସରକାରଙ୍କ ୫-ଟି ଯୋଜନା ପରେ ମଧ୍ୟ ଆଜି ଯାଏ ଅଧୁରା ରହିଛି ଅନେକ କାମ । ସେହିପରି ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କମିରା ହାଇସ୍କୁଲକୁ ସରକାରଙ୍କ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ରାଶି ଯୋଗାଇବା,କମିରା ଗ୍ରାମ ଠାରୁ ଲଖିନି ଗାଁ ମୁଣ୍ଡ ଶେଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତାର ଉନ୍ନତି କରଣ କରାଯିବା, କମିରା ଗ୍ରାମପଞ୍ଚାୟତର ସମସ୍ତ ଚାଷୀମାନଙ୍କ ଚାଷର ଉନ୍ନତି କରଣ ପାଇଁ ମେଗା ପ୍ରୋଜେକ୍ଟ କାର୍ଯ୍ୟକାରୀ କରି ସମସ୍ତ ଚାଷୀଙ୍କୁ ଜଳ ଯୋଗାଇ ଦେବାର ସୁବ୍ୟବସ୍ଥା କରିବା ସହ ବୀରମହାରାଜପୁର ସଦର ବ୍ଲକ /ତହସିଲ ଉପଜିଲ୍ଲାପାଳ ଅଫିସ ଓ ମେଡିକାଲକୁ ସାଧାରଣ ଜନତାଙ୍କ ଯିବାଆସିବା ପାଇଁ କମିରା ଗ୍ରାମରୁ ପଣ୍ଡୁଆ ଯିବା ସୁରୁବାଲି ଯୋର ଉପରେ ଏକ ପୋଲ ନିର୍ମାଣର ସୁବିଧା କରିବା ପାଇଁ ଚିଠି ଲେଖି ଅନୁରୋଧ କରିଛନ୍ତି । ଉପଯୁକ୍ତ ସମସ୍ୟାର ସମାଧାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା କହିଛନ୍ତି କମିରା ସରପଞ୍ଚ ଓ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ତାଙ୍କ ସମସ୍ୟା ଶିଘ୍ର ସମାଧାନ କରିବେ ବୋଲି ଆଶାମଧ୍ୟ ପ୍ରକଟ କରିଛନ୍ତି ।