୯୯ ପ୍ରତିଶତ ଲୋକ ନେଇନାହାନ୍ତି ବୁଷ୍ଟର ଡୋଜ

0 48

ଭୁବନେଶ୍ୱର: କରୋନା ମିଟର ଏବେ ଉପରମୁହାଁ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮ଶହ ଟପିଛି । ଲୋକେ ଯେତେ କରୋନାକୁ ନିୟମକୁ ଅଣଦେଖା କରୁଛନ୍ତି, ଭୂତାଣୁ ସେତେ ମାତ୍ରାରେ ମାଡ଼ିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟ ରାଜ୍ୟରୁ ୮୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାକୁ ପ୍ରତିହତ କରିବା ପାଇଁ ସରକାର ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି । ତେବେ ଲୋକମାନଙ୍କ ଅବହେଳା ଯୋଗୁଁ ଟିକାକରଣ ସଫଳ ହୋଇପାରୁନି । ତେବେ ଏହାରି ଭିତରେ ମାଗଣା ପ୍ରିକସନ ଡୋଜ ବା ବୁଷ୍ଟର ଡୋଜ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ୯୯ ପ୍ରତିଶତ ବୁଷ୍ଟର ଡୋଜ ନେଇନାହାନ୍ତି ।

hiring

ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଶୁକ୍ରବାର ଠାରୁ ମାଗଣା ପ୍ରିକସନ ଡୋଜ ଆରମ୍ଭ ହେବ । ୭୫ ଦିନ ଯାଏଁ ଏହି ଟିକାକରଣ ମାଗଣାରେ ଚାଲିବ । ଅଢେଇ ହଜାରରୁ ୩ ହଜାର ସରକାରୀ ମେଡିକାଲରେ ଟିକାକରଣ ହେବ । ରାଜ୍ୟରେ ୧୮ରୁ ୫୯ ବର୍ଷ ବର୍ଗରେ ୨.୬୫ କୋଟି ହିତାଧିକାରୀ ଅଛନ୍ତି । ସେଥିରୁ ମାତ୍ର ଦେଢ ଲକ୍ଷ ପ୍ରିକସନ ଡୋଜ ନେଇଛନ୍ତି । ୯୯ ପ୍ରତିଶତ ବୁଷ୍ଟର ଡୋଜ ନେଇନାହାନ୍ତି । ଟିକାକରଣ ପାଇଁ ଉଭୟ ଅଫଲାଇନ ଓ ଅନଲାଇନରେ ବ୍ୟବସ୍ଥା ହୋଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଷର ଲୋକମାନଙ୍କୁ ପ୍ରିକସନ ଡୋଜ୍‌ ମାଗଣାରେ ଦିଆଯିବ । ୭୫ ଦିନ ପର୍ଯ୍ୟନ୍ତ ମାଗଣାରେ ଟିକାକରଣ ଚାଲିବ । ରାଜ୍ୟରେ ପାଖାପାଖି ୩ ହଜାରଟି ସରକାରୀ ଟିକାକରଣ କେନ୍ଦ୍ର ରହିଛି । ସେଠି ମାଗଣାରେ ଟିକାକରଣ ହେବ । କେନ୍ଦ୍ର ଗୁଡିକରେ ଟିକା ଦେବା ପାଇଁ ପ୍ରର୍ଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି । ଯଦିଓ ମାଗଣାରେ ଏଭଳି ଟିକାକରଣ ଦିଆଯିବ ତେବେ ରାଜ୍ୟରେ ସେତିକି ପରିମାଣରେ ଟିକା ନାହିଁ । ତେବେ ଆହୁରି ଟିକା ଆବଶ୍ୟକ ପଡ଼ିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − three =