ବାଣୀଗୋଛା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ଗୁରୁତର

0 366

ଶପଲ୍ଲା : ଆଜି ପ୍ରାୟ ୧୧ ଟା ସମୟରେ ବୌଦ୍ଧ ଜିଲ୍ଲାରୁ ଭୁବନେଶ୍ୱର ଅଭିମୁଖେ ଏକ କାର ଯାଉଥିବା ବେଳେ ବାଣୀଗୋଛା ନିକଟସ୍ଥ ଏକ ବାଂକ ରାସ୍ତାରେ ମାଲ୍‌ ବୋଝେଇ ଟ୍ରକ ସହ କାର୍‌ଟି ଧକ୍କା ହୋଇଥିଲା, ଫଳରେ କାର ଆରୋହୀ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି । ସୂଚନା ପାଇ ବାଣୀଗୋଛା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିବା ବେଳେ ଦୁର୍ଘଟଣାର ତଦନ୍ତ ଜାରି ରହିଛି । ସୂଚନା ଯୋଗ୍ୟ ଯେ ଧଳା କାରରେ ଆସୁଥିବା ଯାତ୍ରୀ ହେଲେ ବୌଦ୍ଧ ଜିଲ୍ଲାର ଏକ ଡାକ୍ତର ପରିବାର ।

hiranchal ad1
Leave A Reply

Your email address will not be published.

13 − 10 =