ଜିଲ୍ଲା ପ୍ରେସ କ୍ଳବର ସାଧାରଣ ବୈଠକ

0 160

ବୌଦ୍ଧ,୧୪/୭:- ଜିଲ୍ଲା ପ୍ରେସ କ୍ଳବର ସାଧାରଣ ବୈଠକ ଆଜି ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ସଭାପତି ବରଜ କୁମାର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କ୍ଳବର ସଦସ୍ୟ ତଥା କଣ୍ଟାମାଳ ବ୍ଲକର ବରିଷ୍ଠ ସାମ୍ବାଦିକ ଦୁର୍ବାକ୍ଷ୍ୟ ବସ୍ତିଆଙ୍କ କୋଭିଡ ଜନିତ ମୃତ୍ୟୁରେ ସରକାର ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିବାରୁ ବୈଠକରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିବାସହ ଏହି ସହାୟତା କରାଇବାରେ ମୁଖ୍ୟତଃ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ବିଧାୟକ ତଥା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂଙ୍କୁ ମଧ୍ୟ କ୍ଳବ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏଥିସହ ଆସନ୍ତା ଜୁଲାଇ ୨୬ ତାରିଖ କ୍ଳବର ପ୍ରତିଷ୍ଠା ଦିବସ ପାଳନ ସମ୍ପର୍କରେ ଆଲୋଚନା କରାଯାଇ ସଦସ୍ୟ ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ପ୍ରତିଷ୍ଠା ଦିବସ ଅବସରରେ କ୍ଳବର ମୁଖପତ୍ର ଶାକ୍ୟଶ୍ୱର ପ୍ରକାଶନ, ବାଳକ ଭୋଜନ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ସଦସ୍ୟମାନେ ଯୋଗଦେଇ ସୁଚିନ୍ତିତ ମତାମତ ପୋଷଣ କରିଥିଲେ । ଶେଷରେ କ୍ଳବର ଉପସଭାପତି ସତ୍ୟନାରାୟଣ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

7 + 15 =