ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ

0 134

ଫୁଲବାଣୀ:ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣିମା ତଥା ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ପରମ୍ପରାରେ ଗୁରୁ ପୂଜନର ବୈଶିଷ୍ଟ୍ୟ ବହୁ ପୁରୁଣା । ପରମ ପୂଜନିୟ ବ୍ୟାସଦେବ ଗୁରୁଶ୍ରେଷ୍ଠ । ତାଙ୍କର ଜନ୍ମ ତିଥି ତଥା ଆଷାଢ଼ ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ପାଳନ କରିବା ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଗୈରିକ ଧ୍ୱଜାକୁ ଗୁରୁ କରିବା ସହ ସାରା ଭାରତ ବର୍ଷରେ ଗୁରୁ ପୂଜନର ବ୍ୟବସ୍ଥା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା କାର୍ଯ୍ୟବାହ ନିରଞ୍ଜନ ମିଶ୍ର ଯୋଗଦେଇ ଗୁରୁ ପୂର୍ଣ୍ଣିମା ପାଳନର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଓ ଏହା କାହିଁକି ପାଳନ କରାଯାଏ ସେ ବିଷୟରେ ବକ୍ତବ୍ୟ ରଖିଥିଲେ ।

hiring

ମନରେ ଦିବ୍ୟ ଭାବନା ତଥା ସମର୍ପଣ ଭାବ ସୃଷ୍ଟି କରିବା ମଧ୍ୟ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନ୍ୟତମ ବୋଲି ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଶିଶୁ ମାନଙ୍କୁ ଅବଗତ କରାଇଥିଲେ । ଶୁଭେଚ୍ଛୁ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପୂଜନରେ ସାମିଲ ହୋଇଥିଲେ । ପରେ ପରେ ଶିଶୁ ଭାଇଭଉଣୀ, ଗୁରୁଜୀ ଗୁରୁମା ଓ ଶୁଭେଚ୍ଛୁ ମାନେ ଗୁରୁପୂଜନ କରିବା ସହ ଗୁରୁ ଦକ୍ଷିଣା ସମର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

five + 11 =