୧୮-୫୯ ବର୍ଷ ବୟସ ବର୍ଗଙ୍କୁ ପ୍ରିକସନାରୀ ଡୋଜ ଟିକାକରଣ ଆରମ୍ଭ

0 114

ପୁରୀ : ପୁରୀ ସହର ସ୍ଥିତ କମଳା ଦେବୀ ମାତୃମଙ୍ଗଳ କେନ୍ଦ୍ର ଠାରେ ଆଜିଠାରୁ ୧୮-୫୯ ବୟସର ବ୍ୟକ୍ତି ମାନଙ୍କୁ କୋଭିଡର ପ୍ରିକସନାରୀ ଡୋଜ ଟିକାକରଣ ଆରମ୍ଭ ହୋଇଛି । ଏହି ଟିକାକରଣକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଶୁଭାରମ୍ଭ କରିବା ସହ ଏହି ବର୍ଗର ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ପାଇଁ ବିନା ମୂଲ୍ୟରେ ଟିକାକରଣ ପାଇଁ ସରକାର ବ୍ୟବସ୍ଥା କରିଥିବାରୁ ଏହାର ସୁବିଧା ନେବାକୁ ଅନୁରୋଧ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ସୁଜାତା ମିଶ୍ର ଏହି ଟିକାକରଣ ଆଗାମୀ ସେପ୍ଟେମ୍ବର ୩୦ ଅର୍ଥାତ ୭୫ ଦିନ ପାଇଁ ଜାରି ରହିବ ବୋଲି କହିଥିଲେ । ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଉପସ୍ଥିତ ରହି ଟିକାକରଣ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ । ଆଜି କମଳା ଦେବୀ ମାତୃମଙ୍ଗଳ ସହ ଚନ୍ଦନ ହଜୁରୀ , ସ୍ୱର୍ଗଦ୍ୱାର, ଦୋଳବେଦୀ କୋଣ, ଓ ପେଣ୍ଠ କଟା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଟିକାକରଣ କରାଯାଇଥିଲା । ଜିଲ୍ଲାର ମୋଟ ୧୧,୪୩,୫୧୩ ଜଣଙ୍କୁ ଟିକାକରଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତ୍ୟେକ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏହି ଟିକାକରଣ କରାଯାଉଛି ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × one =