ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଜଣା ଶୁଣା ବରିଷ୍ଠ ଓକିଲ ସମାଜସେବୀ, ବିଜେଡି ନେତା ତଥା କାଉନସିଲର ବୁଲିୟାନ ନାୟକଙ୍କ ଅକାଳ ବିୟୋଗ ଘଟିଛି । ବୁଲିଆନଙ୍କ ଜି. ଉଦୟଗିରି ସ୍ଥିତ ବାସଭବନରେ ଶୁକ୍ରବାର ଭୋର ୩ଟା ବେଳେ ହୃଦଘାତରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ବୁଲିୟାନଙ୍କ ଅକାଳ ମୃତ୍ୟୁରେ ଜି. ଉଦୟଗିରି ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ବୁଲିୟାନ ଜଣେ ଭଲ ସଂଗଠକ, ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ବର୍ତ୍ତମାନ ସେ ଜି. ଉଦୟଗିରି ଏନଏସିର ବିଜେଡି କାଉନସିଲର ଥିଲେ । ବୁଲିୟାନ ନାୟକ ପ୍ରଥମେ ଅଧ୍ୟାପକ ଥିଲେ ପରେ ଚାକିରୀ ଛାଡି ଓକିଲାତି ଓ ରାଜନୀତି କରୁଥିଲେ । ସେ ଜନତା ଦଳରୁ ଏମପି ପ୍ରାର୍ଥୀ ଭାବେ ଲଢ଼ି ପରାଜୟ ହୋଇ ଥିଲେ । ପରେ କଂଗ୍ରେସ ଟିକେଟରେ ଦଶପଲ୍ଲାରେ ଏମଏଲଏ ପାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ । ସେ ଜଣେ ସ୍ପଷ୍ଟବାଦୀ, ନିର୍ଭିକ ବ୍ୟକ୍ତି ଥିଲେ । ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ସହ ଜିଲାର ବିକାଶ ଦିଗରେ ଉଦ୍ୟମ କରିଆସୁଥିଲେ । ତାଙ୍କର ଅକାଳ ମୃତ୍ୟୁରେ ସାଂସଦ ଡ଼. ଅଚ୍ୟୁତ ସାମନ୍ତ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଏନଏସି ଚେୟାରମେନ ଶ୍ରୀମତୀ ଭାନୁ ପ୍ରଭା ମିଶ୍ର, ସମାଜସେବୀ ସୁବାସ ଶତପଥୀ, ସମାଜସେବୀ ଅଶୋକ ପରିଡ଼ା, ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଜି. ଉଦୟଗିରି ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ, ବିଦ୍ୟାଧର ପାଳ, ସମୀର ପାଢ଼ୀ, ରାମଚନ୍ଦ୍ର ଚୌଧରୀ, କନ୍ଧମାଳର ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା, ବିଜୟ ମହାନ୍ତି, ମହମଦ ନକ୍ଷଜୀର ଅଖତାର ସନ୍ତୋଷ ଦିଗଲ, ନାରାୟଣ ସାହୁ, ସମାଜସେବୀ ମହମଦ ଜିଆଉଦିନ, ସ୍ୱାତି, ସମ୍ପାଦକ ଇଂ. ହରିଶଙ୍କର ରାଉତ, ପ୍ରଦୀପ ଦାଶ, କୁଇସମାଜ ନେତା ଲମ୍ବୋଦର କହଁର, କଂଗ୍ରେସ ଯୁବନେତା ତଥା ସାମ୍ବାଦିକ ବଳଦେବ ବେହେରା, ଗୌର ବେହେରା, ଅନନ୍ତ ଦିଗାଲ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।