ଚେସ ଅଲମ୍ପିଆଡ ଟର୍ଚ୍ଚ ରିଲେର ପୁରୀ ଓ କୋଣାର୍କ ପରିଭ୍ରମଣ

0 68

ପୁରୀ : ଚେନ୍ନାଇ ଠାରେ ଚଳିତ ମାସ ୨୮ ତାରିଖ ଠାରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ୪୪ତମ ଚେସ ଅଲମ୍ପିଆଡ ଅନୁଷ୍ଠିତ ହେବ ।ଏହି ଉପଲକ୍ଷେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ଟର୍ଚ୍ଚ ରିଲେ ବା ମଶାଲ ଶୋଭାଯାତ୍ରା ଆଜି ଭୁବନେଶ୍ୱର ଠାରୁ ବାହାରି ପୁରୀ ଓ କୋଣାର୍କ ପରିଭ୍ରମଣ କରିଥିଲା । ଅପରାହ୍ନ ୩ ଘଟିକା ସମୟରେ ଏହି ରିଲେ ବଡ଼ଦାଣ୍ଡ ମେଡିକାଲ ଛକରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ ସ୍ୱାଗତ କରିଥିଲେ । ପରେ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ପାରମ୍ପରିକ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ପ୍ରମୁଖ ସ୍ୱାଗତ କରିଥିଲେ । ପରେ ଟର୍ଚ୍ଚ କୁ ଆନ୍ତର୍ଜାତିୟ ଚେସ ଖେଳାଳୀ ଗ୍ରାଣ୍ଡ ମାଷ୍ଟର ଆଇ ଏମ ପଦ୍ମିନୀ ରାଉତ ଅତିରିକ୍ତ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ । ଟର୍ଚ୍ଚର ପ୍ରଦର୍ଶନ ପରେ ଅତିରିକ୍ତ ଜିଲ୍ଲାପାଳ ଏହି ଟର୍ଚ୍ଚକୁ ଅନ୍ୟତମ ଆନ୍ତର୍ଜାତୀୟ ଚେସ ଖେଳାଳୀ ଗ୍ରାଣ୍ଡ ମାଷ୍ଟର ସ୍ୱୟଂସୁ ସତ୍ୟପ୍ରଜ୍ଞଙ୍କୁ ହସ୍ତାନ୍ତର କରିଥିଲେ । ପରେ ରିଲେ ଦଳ ବ୍ଲୁ ଫ୍ଲାଗ ବିଚ୍‌ ପରିଭ୍ରମଣ ସହ ସେଠାରେ ଆୟୋଜିତ ଚେସ କାର୍ଯ୍ୟକ୍ରମକୁ ଦେଖିଥିଲେ । ପରେପରେ ଏହି ରିଲେ କୋଣାର୍କ ଅଭିମୁଖେ ଗସ୍ତ କରିଥିଲେ । କୋଣାର୍କରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଟର୍ଚ୍ଚ ହସ୍ତାନ୍ତର କରାଯାଇଥିଲା । ପ୍ରଦର୍ଶନ ପରେ ଟର୍ଚ୍ଚକୁ ଗ୍ରାଣ୍ଡ ମାଷ୍ଟର ଆଇଏମ ଅନ୍ୱେ୍ୱଶ ଉପାଧ୍ୟାୟଙ୍କୁ ମନ୍ତ୍ରୀ ହସ୍ତାନ୍ତର କରିଥିଲେ । ପରେ ରିଲେ ଭୁବନେଶ୍ୱର ଫେରି ଯାଇଥିଲା । ଏଥିରେ ସର୍ବ ଭାରତୀୟ ଚେସ ଫେଡେରେସନର ଯୁଗ୍ମ ସଂପାଦକ ରଞ୍ଜନ ମହାନ୍ତି, ଓଡିଶା ଚେସ ଆସୋସିଏସନର ସଂପାଦକ ଦେବଦତ୍ତ ଭଟ୍ଟ, ପୁରୀ ଜିଲ୍ଲା ଚେସ ଆସୋସିଏସନ ର ସଂପାଦକ ପ୍ରଦ୍ୟୁମ୍ନ ମିଶ୍ର କ୍ରୀଡ଼ା ବିଭାଗର କର୍ମକର୍ତ୍ତା, ଜିଲ୍ଲା ରାଜ୍ୟ ଓ ଦେଶର ଚେସ ସଂଘର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ଥିଲେ ।

hiranchal ad1
Leave A Reply

Your email address will not be published.

four × two =