କୃଷକ ସାଥିଙ୍କ ଖପ୍ରାଖୋଲ ବ୍ଲକ କୃଷି ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0 66

ଖପ୍ରାଖୋଲ : ସ୍ଥାନୀୟ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସାଥି ସଂଘ ତରଫରୁ ସର୍ବନିମ୍ନ ମଜୁରୀ ସହ ସାମାଜିକ ସୁରକ୍ଷା ପ୍ରଦାନ ଦାବିରେ ଶୁକ୍ରବାର ଧାରଣା ଦେଇଥିଲେ । ଓଡିଶା କୃଷକ ସାଥି ସଂଘର ଡ଼ାକରାରେ ୧୪ ଦଫା ଦାବି ନେଇ କୃଷକ ସାଥିମାନେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୪ ଦଫା ଦାବି ସମ୍ବଳିତ ଦାବିପତ୍ର ଖପ୍ରାଖୋଲ ବ୍ଲକ କୃଷି ଅଧିକାରୀ ଡମ୍ବରୁ ଧର ମେହେରଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ପାଟଣାଗଡ଼ କୃଷି ଜିଲ୍ଲା ଅଧିକାରୀ ଗୋରେନ୍ଦ୍ର ନାଥ ସିଂ, ଖପ୍ରାଖୋଲ ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ ଉପସ୍ଥିତ ଥିଲେ । ଦାବି ଗୁଡିକ ମଧ୍ୟରେ କୃଷକ ସାଥିମାନେ ସରକାରଙ୍କ କୃଷି ବିଭାଗ ତରଫରୁ ଅନେକ କାମ କରୁଥିଲେ ବି ତାଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଇ ନ ଥିବାରୁ କୃଷକ ସାଥିଙ୍କୁ ତାଲିମ ପ୍ରଦାନ କରି ସାର୍ଟିଫିକେଟ ପ୍ରଦାନ, ପରିସଂଖ୍ୟାନ ବିଭାଗରେ ଅମିନ ଭାବରେ ନିୟୋଜିତ, ଅଗ୍ରଣୀ କୃଷକ ସାଥି ପରିବର୍ତ୍ତେ କୃଷି କର୍ମଚାରୀ ମାନ୍ୟତା ପ୍ରଦାନ , କୃଷି ଭିତ୍ତିକ କାର୍ଯ୍ୟକ୍ରମରେ ଏନଜିଓ ବଦଳରେ କୃଷକ ସାଥିଙ୍କୁ ନିଯୁକ୍ତି , ଡ୍ରେସ କୋର୍ଡ ସହ ପରିଚୟପତ୍ର ପ୍ରଦାନ, ଇ ରୋଗ ପୋକ ସର୍ବେକ୍ଷଣରେ ସାମିଲ, କୃଷକ ସଶକ୍ତ କରଣ ଏବଂ ବିହନ ବିଶୋଧନ କାର୍ଯ୍ୟକ୍ରମରେ ଏସ.ଏଚ.ଜି ବଦଳରେ କୃଷକ ସାଥିଙ୍କୁ ସାମିଲ, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମୃତ୍ତିକା ସଂରକ୍ଷଣ ଏବଂ ଉଦ୍ୟାନ କୃଷି କାର୍ଯ୍ୟରେ ନିୟୋଜନ, ଧାନ ସଂଗ୍ରହ ପାଇଁ ପରିଚୟ ପତ୍ର ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟରେ ସାମିଲ, ମୃତ୍ତିକା ନମୁନା ସଂଗ୍ରହ ଓ ପରୀକ୍ଷା କାର୍ଯ୍ୟରେ ସାମିଲ, କେନ୍ଦ୍ରୀୟ ଭୂମି ପୋଷଣ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ କରି ପରି ଶ୍ରମିକ ପ୍ରଦାନ, ମାସିକ ଏକ ହଜାର ପରିବର୍ତ୍ତେ କୁଶଳୀ ଶ୍ରମିକ ହିସାବରେ ମାସିକ ସର୍ବ ନିମ୍ନ ମଜୁରୀ ପ୍ରଦାନ ଦାବି ରହିଛି । ଏହି ଅବସରରେ କୃଷକ ସାଥି ସଂଘ ସଭାପତି ନିଲମ୍ବର ବିଶ୍ୱାଳ, ସମ୍ପାଦକ ସମ୍ପତି ଭୋଇ, ଛାୟାକାନ୍ତ ବାରିକ, ବୀରେନ୍ଦ୍ର ବାରିକ, ସଞ୍ଜୟ ବୁଡେକ, ବିଭିଷଣ ମାଝୀ, ଜଳନ୍ଧର ବେହେରା, ଘନଶ୍ୟାମ ଭୋଇ, ଲମ୍ବୋଦର ସୁନା, ବିନୋଦ ଠେଲା, ସୁନ୍ଦର ବରିହା, ଆନନ୍ଦ ବାରିକ ପ୍ରମୁଖ ସମସ୍ତ କୃଷକ ସାଥି ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one × two =