ଘୁ.ଉଦୟଗିରି: ଶ୍ରାବଣ ମାସରେ ବୋଲବମ୍ ଯାତ୍ରା । ଶାସ୍ତ୍ର ଅନୁଯାୟୀ ମହା ପବିତ୍ର ମାସ ଏହି ଶ୍ରାବଣ ମାସ । ଦେବଦେବ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଶ୍ରାବଣ ମାସର ପ୍ରତି ସୋମବାର ଭକ୍ତ ମାନେ ନିଜ ନିଜ ମାନସିକ ପୂରଣ ପାଇଁ ନଦୀକୂଳରେ ଅସ୍ଥାୟୀ ବାଲୁକା ଶିବ ଲିଙ୍ଗ ସ୍ଥାପନା କରି ଫୁଲ, ଦୀପ,ଧୂପ,ବେଲେପତ୍ର, ନଡ଼ିଆ କଦଳୀ ନେଇ ପୂଜା ପାଠ କଲା ପରେ ଦୁଇ ପାତ୍ରରେ ନଦୀରୁ ଗଙ୍ଗା ଜଳ ସଂଗ୍ରହ କରି ସଂକଳ୍ପ କରିଥାନ୍ତି । ନଦୀକୂଳରେ ରୀତି ନୀତି ଅନୁସାରେ ପୂଜା ପାଠ ହୋମୋ ହେଲା ପରେ ଭକ୍ତ ମାନେ ବାହୁଙ୍ଗାରେ ଦୁଇ ଢାଳ ଗଙ୍ଗା ଜଳ ସହ ନଡ଼ିଆ ବାନ୍ଧି ମହାଦେବଙ୍କ ନିକଟକୁ ଚାଲି ଚାଲି ଯାଇଥାନ୍ତି । ଆଉ ଗୋଟେ ଦିନ ପରେ ଶ୍ରାବଣର ପ୍ରଥମ ସୋମବାର ଥିବାରୁ ଆଜି ଠାରୁ କାଉଡ଼ିଆଙ୍କ ବୋଲବମ୍ ଯାତ୍ରା ଆରମ୍ଭ ହୋଇଛି । ଏହି କ୍ରମରେ ସ୍ଥାନୀୟ ଅଞ୍ଚଳର ଶିବ ଭକ୍ତମାନେ ଆଜି ଘୁ. ଉଦୟଗିରିରୁ ଚକାପାଦ ଗ୍ରାମ ବିଶ୍ୱ ବିକ୍ଷାତ ଶୈବପୀଠ ରାବଣ ପୂଜିତ ବିରୁପାକ୍ଷ ମହାଦେବଙ୍କ ଠାରେ ଜଳ ଢାଳିବା ପାଇଁ ୩୦ ରୁ ୪୦ ଜଣ ବୋଲବମ୍ ଭକ୍ତ କାନ୍ଧରେ ବାହୁଙ୍ଗା ତୁଣ୍ଡରେ ଶିବ ନାମ ଧରି ଯାତ୍ରା ଆରମ୍ଭ କରିଥିଲେ । ୨ ଦିନର ଯାତ୍ରା ପରେ ସେମାନେ ନିଜ ସଂକଳ୍ପ ସ୍ଥାନରେ ପହଞ୍ଚି ମହାଦେବଙ୍କ ମସ୍ତକ ରେ ଜଳ ଢ଼ାଳି ପୂଜାର୍ଚ୍ଚନା କରି ଫେରିବେ ।