ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ଗନ୍ଧରାଡି ମହାବିଦ୍ୟାଳୟ ପରିସରରେ ଜଣ ଶିକ୍ଷଣ ସଂସ୍ଥା ବୌଦ୍ଧ ପକ୍ଷରୁ ବିଶ୍ୱ ଯୁବ କୌଶଳ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଭାତ ଶତପଥି, ସମ୍ମାନିତ ଅତିଥି ଭାବେ ଜଣ ଶିକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ଅରୁଣ କୁମାର ପ୍ରଧାନ, ଅଧ୍ୟାପକ ଅଶୋକ କୁମାର ପାଣ୍ଡିଆ ଯୋଗଦେଇ କୌଶଳ ଭାରତ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ ଏହା ଏକ ଖୋଲା ମତବିନିମୟ କାର୍ଯ୍ୟକ୍ରମ ବୋଲି କହିଥିଲେ । ଶ୍ରୀ ପ୍ରଧାନ ଯୁବ ପିଢିଙ୍କ ନିଜର ଦକ୍ଷତାକୁ ଆହୁରି ଉନ୍ନତ କରିବା ଦିଗରେ ଆଲୋକପାତ କରିଥିଲେ । ଶ୍ରୀ ଶତପଥୀ ଓ ଶ୍ରୀ ପାଣ୍ଡିଆ ଶିକ୍ଷାର୍ଥୀ ମାନଙ୍କ ଚିନ୍ତାଧାରା, ଆଶା ଓ ଦକ୍ଷତାକୁ କିପରି ମାର୍ଜିତ କରି ପାରିବେ ସେ ବିଷୟରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମ ରେ ୧୫୦ ଜଣ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ଜଣ ଶିକ୍ଷଣ ପ୍ରକଳ୍ପ ଅଧିକାରୀ ଅମୃତା ସିଂ ଓ ମାନସ ରଞ୍ଜନ ପ୍ରଧାନ ପରିଚାଳନା କରିଥିବା ବେଳେ କମ୍ପ୍ୟୁଟର ଆସିଷ୍ଟାଣ୍ଡ ପୁଲକ ମହାପାତ୍ର ସହଯୋଗ କରିଥିଲେ ।