ଖୋଲିଲା ହୀରାକୁଦ ଗେଟ, ନିଷ୍କାସିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ

0 98

ସମ୍ବଲପୁର: ବିଶ୍ୱ ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାରରୁ ଆଜି ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ପ୍ରକ୍ରିୟା ଅନୁସାରେ କ୍ରମାନୁସାରେ ଗୋଟିଏ ପରେ ଗୋଟିଏ କରି ପାଞ୍ଚଟି ଗେଟ ଖୋଲାଯାଇ ୧ଲକ୍ଷ, ୧ହଜାର ୧୫୬ ଘନଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି ଓ ଠିକ ସେତେବେଳେ ଜଳଭଣ୍ଡାର ଭିତରକୁ ଉପରମୁଣ୍ଡରୁ ସମାନ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଥିଲା । ଏବିଷୟରେ ହୀରାକୁଦ ନିୟନ୍ତ୍ରଣ କକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ସେହି ସମୟରେ ଏହାର ଜଳସ୍ତର ୬୧୩.୨୭ ଫୁଟ ରେକର୍ଡ କରାଯାଇଥିଲା ଓ ଏଥିରେ ନିରନ୍ତର ବୃଦ୍ଧି ଦେଖାଯାଉଥିଲା ।

hiring

ଆଜିକାର ଏହି ପ୍ରକ୍ରିୟାକୁ ପ୍ରତିବର୍ଷ ଭଜନ କୀର୍ତ୍ତନ ଓ ମିଡିଆକର୍ମୀଙ୍କ ଉପସ୍ଥିତ ସହ ମହା ଆଡମ୍ବର ସହକାରେ ପାଳିତ କରିବା ପରମ୍ପରା ରହିଛି, କିନ୍ତୁ ଏଥର ମଧ୍ୟ ଗତ ଦୁଇବର୍ଷ ପରି ମିଡ଼ିଆକୁ ଆମନ୍ତ୍ରିତ କରାଯାଇ ନଥିଲା । ଏଥର ମଧ୍ୟ କରୋନା ସଂକ୍ରମଣ ଆଶଂକାକୁ ଦୃଷ୍ଟିରେ ରଖି କିଛି ବିଭାଗୀୟ ଅଧିକାରୀ ଓ କିଛି ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସଂକ୍ଷିପ୍ତ ରୂପେ ପାଳନ ଯାଇଥିଲା ।

hiranchal ad1
Leave A Reply

Your email address will not be published.

fifteen + fourteen =