ଦେଶରେ ଦ୍ୱିତୀୟ ମଙ୍କିପକ୍ସ ପଜିଟିଭ ଚିହ୍ନଟ

0 264

କୋଚି: କରୋନା ଭୂତାଣୁ କବଳରୁ ଭାରତ ସଂପୂର୍ଣ୍ଣ ଭାବେ ମୁକ୍ତ ହୋଇନଥିବା ବେଳେ ଦେଶରେ ମଙ୍କିପକ୍ସ ଆତଙ୍କ ଦେଖାଦେଲାଣି । ଗତ ୧୪ ତାରିଖରେ କେରଳରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ସେହି କେରଳରୁ ଦ୍ୱିତୀୟ ମାମଲା ଚିହ୍ନଟ ହୋଇଛି । କେରଳର କୁନ୍ନୁର ଜିଲ୍ଳାରେ ଜଣେ ୩୧ ବର୍ଷୀୟ ଯୁବକ ମଙ୍କିପକ୍ସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସେ ଦୁବାଇରୁ ଆସିବା ପରେ ତାଙ୍କ ଶରୀରରେ ମଙ୍କିପକ୍ସ ଲକ୍ଷଣ ଦେଖା ଦେଇଥିଲା । ପରେ ପରୀକ୍ଷା କରାଯିବାରୁ ତାଙ୍କୁ ମଙ୍କିପକ୍ସ ହୋଇଥିବା ସ୍ପଷ୍ଟ ହୋଇଛି । ଏବେ ତାଙ୍କୁ ସରକାରୀ ମେଡିକାଲ୍‌ କଲେଜରେ ଚିକିତ୍ସା କରାଯାଉଛି । ସେ ଦୁବାଇରୁ ଆସି ୧୩ ତାରିଖରେ କୁନ୍ନୁରରେ ପହଞ୍ଚିଥିଲେ । ତାଙ୍କ ଭିତରେ ମଙ୍କିପକ୍ସ ଲକ୍ଷଣ ଦେଖା ଦେବା ପରେ ତୁରନ୍ତ ପରୀକ୍ଷା କରାଯାଇଥିଲା । ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ବି ପର୍ଯ୍ୟବେକ୍ଷଣରେ ରଖାଯାଇଛି । ଏହା ପୂର୍ବରୁ ୟୁଏଇରୁ କେରଳର କୋଲ୍ଲାମକୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଥିଲା । ଆକ୍ରାନ୍ତଙ୍କୁ ତିରୁଅନନ୍ତପୁରମ ମେଡିକାଲ କଲେଜରେ ରଖାଯାଇ ଚିକିତ୍ସା କରାଯାଇଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପିତା ଓ ମାତାଙ୍କୁ ମଧ୍ୟ ଉକ୍ତ ମେଡିକାଲ କଲେଜରେ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା ।

hiranchal ad1
Leave A Reply

Your email address will not be published.

eleven − 1 =