ହିନ୍ଦୀ ଶିକ୍ଷକ ନବୀକରଣ ପାଠ୍ୟକ୍ରମ ପ୍ରଶିକ୍ଷଣ ଉଦଘାଟିତ

0 92

ବୌଦ୍ଧ,୧୮/୭:- ବୌଦ୍ଧ ଜିଲ୍ଲାସ୍ତରୀୟ ହାଇସ୍କୁଲ ହିନ୍ଦୀ ଶିକ୍ଷକ ମାନଙ୍କର ୧୨ ଦିନିଆ ହିନ୍ଦୀ ଶିକ୍ଷକ ନବୀକରଣ ପାଠ୍ୟକ୍ରମ ତାଲିମ ସ୍ଥାନୀୟ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ଘିବେଲା ଆୟୋଜିତ ସଭାରେ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବରେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ଭୁବନେଶ୍ୱର କେନ୍ଦ୍ରର ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ଉପସ୍ଥିତ ରହି ଉଦଘାଟନ କରିଥିଲେ । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ମଞ୍ଜିତ ମୋହନ ଚାନ୍ଦ ଅତିଥି ପରିଚୟ କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଭାଷାକୁ ଭଲ ପାଇବା, କେମିତି ପଢ଼ାଇଲେ ପିଲା ଭଲକରିବେ, ହିନ୍ଦୀ ଭାଷା ପ୍ରତି ଆଗ୍ରହ ବଢିବ, ପିଲା ଯେପରି ବୁଝିପାରିବ, କାର୍ଯ୍ୟରେ ଲଗାଇ ପାରିବ ସେଥିପ୍ରତି ଯତ୍ନଶୀଳ ହେବା, ପ୍ରଥମେ ନିଜେ ବଦଳିବା ତାପରେ ଅନ୍ୟକୁ ବଦଳାଇବାକୁ ପ୍ରଧାନ ଶିକ୍ଷକ ଶ୍ରୀ ଘିବେଲା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

hiring

ହିନ୍ଦୀ ଭାଷାର ବିକାଶ କରିବା, ଉକ୍ତ ବିଷୟ ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରିବାକୁ ଅତିଥି ଦ୍ୱୟ ବକ୍ତବ୍ୟ ରଖିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜର ପରିଚୟ ଦେଇଥିଲେ । ଗବଜୋର ହାଇସ୍କୁଲର ଶିକ୍ଷକ ବସନ୍ତ କୁମାର ଦାଶ ଧନ୍ୟବାଦ ଦେଇଥିଲେ । ଶିକ୍ଷକ ସଦାନନ୍ଦ ପ୍ରଧାନ, ପ୍ରକାଶ ଚନ୍ଦ୍ର ପରିଡା, ଅଧମ ଭୁଏ, କନକପ୍ରଭା ଦେବୀ ପଟ୍ଟନାୟକ, ସ୍ୱାତିତପା ନାଏକ, ବିଭୁତି ଭୂଷଣ ମହାକୁଳ, ପ୍ରବୀଣ କୁମାର ସାହୁ ପ୍ରମୁଖଙ୍କ ସହିତ ୫୦ଜଣ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

sixteen + 6 =