ଘୁ.ଉଦୟଗିରି/୧୮/୭:- କନ୍ଧମାଳର ଜଣେ ବରିଷ୍ଠ ରାଜନୀତିଜ୍ଞ, ଆଇନଜୀବୀ, ସାମାଜିକ କର୍ମୀ, ଅନ୍ୟାୟ ବିରୋଧରେ ପ୍ରତିବାଦର ସ୍ୱର ତଥା ବିଜୁ ଜନତା ଦଳର କାଉନସିଲର ଲେକଚରର ବୁଲିଆନଙ୍କ ଗତ ୧୫ ତାରିଖରେ ଘୁ. ଉଦୟଗିରି ବାସଗୃହରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ପରେ ତାଙ୍କୁ ନିଜ ଗାଁର ଦଙ୍ଗିଆ ବାସଭବନକୁ ନେଇ ସେଠାରେ ସମସ୍ତଙ୍କ ଦର୍ଶନ ନିମନ୍ତେ ରଖାଯାଇଥିଲା । ପରେ ତାଙ୍କ ସପରିବାର ଆସିବା ପରେ ତାଙ୍କୁ ସମାଧି ଦିଆଯାଇଥିଲା । ଜଣେ ସ୍ପଷ୍ଟବାଦୀ ଓ ମେଳାପି ବ୍ୟକ୍ତିତ୍ୱ ଓ ଜଣେ ବୟୋଜ୍ୟେଷ୍ଠ କାଉନସିଲରଙ୍କ ବିୟୋଗରେ ସାରା ସହର ଶୋକାକୁଳ ହୋଇଥିଲା । ତାଙ୍କରି ବିୟୋଗରେ ଆଜି ବିିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ ଓ ସମସ୍ତ ୱାର୍ଡର କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ, ପ୍ରୋଗ୍ରାମ କୋଡ଼ିନେଟର ପ୍ରଭାତ ରଞ୍ଜନ ସାହୁ, ସିନିଅର ଆସିଷ୍ଟାଣ୍ଟ ସତ୍ୟବ୍ରତ ମହାପାତ୍ର, ଏମ ଆଇ ଏସ ମୁକେଶ ରଞ୍ଜନ ନାୟକ, ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ସାହୁ, ସସ୍ମିତା ବେହେରା, ଗଣେଶ ଜେନା, ବିଜେଡି ଜିଲ୍ଲା ସମ୍ପାଦକ କିଶୋର ଚନ୍ଦ୍ର ନାୟକ, ମୀନକେତନ ଦଳବେହେରା ଓ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ବୁଲି ଭାଇଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଓ କ୍ୟାଣ୍ଡେଲ ଜାଳି ତାଙ୍କ ସ୍ମୃତି ଚାରଣ କରି ୨ ମିନିଟ ନିରବ ପ୍ରାର୍ଥନା କରିବା ସହ ଶୋକ ସଭାରେ ସମ୍ମିଳିତ ହୋଇଥିଲେ । ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର, ଉପାଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟମାନେ ବୁଲି ଭାଇଙ୍କ ବିଷୟରେ କିଛି କିଛି କହିଥିଲେ । ଆଜିର ଏହି ଶୋକସଭାକୁ ପ୍ରୋଗ୍ରାମ କୋଡ଼ିନେଟର ପ୍ରଭାତ ରଞ୍ଜନ ସାହୁ ପରିଚାଳନା କରିବାସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।