ପୁରୀ : ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ପାଖରେ ଶ୍ରାବଣ ପ୍ରଥମ ସୋମବାରରେ ୨୦ ହଜାରରୁ ଅଧିକ ବୋଲବମ ଭକ୍ତ ଜଳଲାଗି କରିଛନ୍ତି । ବୋଲବମ ଭକ୍ତଙ୍କ ସହ ପ୍ରଥମ ଥର ପାଇଁ ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଶ୍ରୀଲୋକନାଥଙ୍କ ଦର୍ଶନ କରିଥିଲେ ।ଶୃଙ୍ଖଳିତ ଦର୍ଶନ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।
ଆଜି ସକାଳୁ ପ୍ରବଳ ବର୍ଷା ସତ୍ତବେ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି ପାଇଁ କାଉଡିଆଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା ।ଗତକାଲି ରାତିରୁ ହିଁ ଶ୍ରାବଣ ପ୍ରଥମ ସୋମବାର ଜଳଲାଗି ପାଇଁ ଭିଡ ଲାଗିଥିଲା । ଶ୍ରୀଲୋକନାଥଙ୍କ ନୀତିକାନ୍ତି ପରେ ରାତ୍ର ଗୋଟାଏରୁ ଜଳଲାଗି ଆରମ୍ଭ ହୋଇଥିଲା ।ସମସ୍ତ କାଉଡିଆଙ୍କ ପାଣିଭାର ରଖିବା ପାଇଁ ବ୍ୟବସ୍ଥା ହେବା ସହ ଆଶ୍ରୟସ୍ଥଳ ଓ ଫାଷ୍ଟଏଡ ଚିକିତ୍ସାର ମଧ୍ୟ ବ୍ୟବସ୍ଥା ହୋଇଥିଲା । ବ୍ୟାରିକେଡ଼ରେ ରହି କାଉଡ଼ିଆମାନେ ଶ୍ରୀଲୋକନାଥ ମନ୍ଦିର ରୋଷଦ୍ୱାର ପଛପଟ ରାସ୍ତା ଦେଇ ପ୍ରବେଶ କରି ଜଳଲାଗି ଓ ଦର୍ଶନ ପରେ ବଉଳ ଦ୍ୱାର ଦେଇ ବାହାରିଥିଲେ । ଏଥିପାଇଁ ଶ୍ରୀଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ,ସେବାୟତ ନିଯୋଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିଲା ସାଧାରଣ ଭକ୍ତ ଶ୍ରଦ୍ଧାଳୁ ମଧ୍ୟ ପୂର୍ବପରି ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରି ଦର୍ଶନ କରିଛନ୍ତି । ସେପଟେ ଦୀର୍ଘ ଦୁଇବର୍ଷ ପରେ ଲୋକନାଥଙ୍କ ମନ୍ଦିରରେ ଜଳଲାଗି କରିବାର ସୁଯୋଗ ମିରିଥିବାରୁ କାଉଡିଆ ମାନେ ନିଜକୁ ଧନ୍ୟ ମନେ କରିବା ସହ ମାନସିକ ଓ ମନସ୍କାମନା ପୂରଣ ହେବ ବୋଲି ଆଶା ରଖିଛନ୍ତି ।
Sign in
Sign in
Recover your password.
A password will be e-mailed to you.