ମୃତ ମା ଝିଅଙ୍କ ପରିବାରଙ୍କୁ ସହାୟତାର ହାତ ବଢ଼େଇଲା କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ

0 82

ଫୁଲବାଣୀ,୧୮/୭:- କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ତରଫରୁ ତ୍ରିଦେବ ନଗର ବସ୍ତିରେ ପାଚେରୀ ଭାଙ୍ଗି ମୃତ୍ୟୁବରଣ କରିଥିବା ସୁରତି ମାଝି ତାଙ୍କ ଚାରି ବର୍ଷର ଝିଅ ସହାନୀ ମାଝୀଙ୍କର ପରିବାର ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧିନ ଥିବା ବ୍ରଜବନ୍ଧୁ ମାଝିଙ୍କ ଅନାଥ ଦୁଇ ବର୍ଷର ଛୁଆକୁ ଫୁଲବାଣୀସ୍ଥିତ ତ୍ରିଦେବ ନଗର ସାହିର ପାଳନ କରୁଥିବା କାମେଶର ମଲିକଙ୍କ ଘରେ ପହଞ୍ଚି ଅସହାୟ ଶିଶୁକୁ କିଛି ଶିଶୁ ଖାଦ୍ୟ ଏବଂ ନୂତନ ପୋଷାକ ଦେଇ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର କର୍ମକର୍ତ୍ତା ମାନେ । କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ରାୟ , ଉପ ସଭାପତି ବିରାଜ କୁମାର୍‌ ପ୍ରଧାନ , କୋଷାଧ୍ୟକ୍ଷ ଏସ୍‌ କେ.ରିହାଜୁଦିନ, ସାଫ୍ରିନ ଖାନ, ସରୋଜ ଦାସ, କୁମୁଦିନି , ସରସ୍ୱତୀ ନାୟକ ଏବଂ ତ୍ରିଦେବ ନଗର ବସ୍ତିର ସଭାପତି ସୁରଥ କହଁର ,ବୃଦ୍ଧିଜୀବୀ ମହିଳା ,ତାରାବତି ମାଝି, ଝୁନୁ କହଁର , ବିକ୍ରମ ,ମିତା ଏବଂ ସାମ୍ବାଦିକ ତଥା ହୋମଗାର୍ଡ ସଂଘର ପରାମର୍ଶଦାତା କୁନା ଦିଗାଲ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

fifteen − one =