ବିନିକା ବ୍ଲକଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

0 80

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୩୪ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୩୨ ଗୋଟି, ସାମୁହିକ ଦରଖାସ୍ତ ୦୨ ଗୋଟି ରହିଥିବା ସୂଚନା ପ୍ରଦାନ କରାଯାଇଛି । ଗ୍ରହଣ କରାଯାଇଥିବା ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ୦୭ ଗୋଟି ଅଭିଯୋଗ ଦରଖାସ୍ତର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨୭ ଟି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ତୁରନ୍ତ ସମାଧାନ ନିମନ୍ତେ ପ୍ରେରଣ କରାଯାଇଛି । ଏହି ଅବସରରେ ବ୍ଲକ ପ୍ରଶାସନ ବିନିକା ତରଫରୁ ଜୁଲୁଣ୍ଡା ଜିପି ଅନ୍ତର୍ଗତ ଅମାମୁଣ୍ଡା ନିବାସୀ କିଶୋର ସ୍ୱାଇଁଙ୍କୁ ଗ୍ରୀଷ୍ମକାଳୀନ ଭତ୍ତା ବାବଦରେ ଟ.୬୦୦/- ଙ୍କା,ମହଦା ନିବାସୀ ଯୋଗେଶ୍ୱର ସା ଓ ସିଲାଟି ନିବାସୀ ସିତୟା ଖମାରୀ ପ୍ରତ୍ୟେକଙ୍କୁ ବାର୍ଦ୍ଧକ୍ୟ ଭତ୍ତାରେ ଅନ୍ତର୍ଭୁକ୍ତ କରାଯାଇ ଟ. ୫୦୦/-ଙ୍କା ଲେଖାଁଏ ଓ ଭଣ୍ଡାର ନିବାସୀ କୁଶ ବାଗଙ୍କୁ ଡିଜିଟାଲ ଶ୍ରବଣ ଯନ୍ତ୍ରର ସହାୟତା ପ୍ରଦାନ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିନିକା ବ୍ୟାସଦେବ ବେହେରାଙ୍କ ତତ୍ତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ଉନ୍ନୟନ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ କଁହର,ଉପ ଜିଲ୍ଲାପାଳ ସୋନପୁର ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର , ବିନିକା ବ୍ଲକ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦ,ଜିଲ୍ଳା ସ୍ତରୀୟ ଅଧିକାରୀ, ଅତିରିକ୍ତ ତହସିଲଦାର, ବ୍ଲକ ସ୍ତରୀୟ କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ । ଅଦ୍ୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଗତ ଏକ ମାସ ମଧ୍ୟରେ ବିନିକା ବ୍ଲକର ବିଭିନ୍ନ ସମସ୍ୟା ଉପରେ ପ୍ରକାଶିତ ଖବର ଉପରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି, ବିଭାଗୀୟ ଅଧିକାରୀ ମାନେ ଅଂଚଳର ଜନ ଜୀବନକୁ ପ୍ରଭାବିତ କରୁଥିବା ଭଳି ବିଭାଗୀୟ ଖବର ଗୁଡିକୁ ଗୁରୁତ୍ୱର ସହ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ପୁନଶ୍ଚ ଜିଲ୍ଲ୍ରା କୌଣସି ସରକାରୀ କାର୍ଯ୍ୟାଳୟ ଅଥବା କାର୍ଯ୍ୟାଳୟ ପରିସର ଯେପରି ପରିଷ୍କାର ପରିଚ୍ଛନ୍ନ ତଥା ଏକକ ପ୍ଲାଷ୍ଟିକ ବ୍ୟବହାର ମୁକ୍ତ ରହିବ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଜିଲ୍ଲା ସ୍ତରୀୟ ଜନ ଶୁଣାଣୀ ଆସନ୍ତା ସୋମବାର ଦିନ ଜିଲ୍ଲାର ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବା ନିମନ୍ତେ ପ୍ରଶାସନ ତରଫରୁ ସୂଚୀତ କରାଯାଇଛି ।

hiranchal ad1
Leave A Reply

Your email address will not be published.

three × three =