ଚଣ୍ଡିଗଡ: ହରିଆଣାରେ ଖଣି ତଥା ବାଲି ମାଫିଆଙ୍କ ଆତଙ୍କରାଜ ଚରମସୀମାରେ ପହଞ୍ଚିଛି । ପୁଲିସ,ସରକାର,ଆଇନ-ଅଦାଲତ କାହାକୁ ସେମାନଙ୍କର ସାମାନ୍ୟତମ ଭୟ ନାହିଁ । ସେମାନଙ୍କ ସ୍ୱାର୍ଥ ହାସଲ ବାଟରେ ଯିଏ ଆସିଲା,ତାକୁ ସ୍ପଷ୍ଟ ଦିବାଲୋକରେ ହଟାଇଦେବାକୁ ବି ପଛାଉ ନାହାନ୍ତି । ଏହାର ସଦ୍ୟତମ ଲୋମଟାଙ୍କୁରା ଘଟଣା ଆଜି ଘଟିଛି ରାଜ୍ୟରେ । ନିଜ କାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ ବାଲି ମାଫିଆମାନେ ଜଣେ ଡିଏସପିଙ୍କୁ ଗାଡ଼ି ଚଢାଇ ମାରି ଦେଇଛନ୍ତି;ତାହା ପୁଣି ଦିନ ଦ୍ୱିପ୍ରହରରେ । ଏହି ଘଟଣା କେବଳ ହରିଆଣା ନୁହେଁ,ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ହରିୟାଣା ନୂହଁ ଅଞ୍ଚଳରେ ରେ ଘଟିଛି ଏହି ଘଟଣା । ନୂହଁରେ ବାଲି ମାଫିଆଙ୍କୁ ଧରିବାକୁ ଯାଇଥିଲେ ଡିଏସ୍ପି ସୁରେନ୍ଦ୍ର ସିଂ ବିଷ୍ଣୋୟୀ । ଏହି ସମୟରେ ଯୋଜନାବଦ୍ଧ ଭାବେ ତାଙ୍କ ଉପରେ ଡମ୍ପର ଚଢ଼ାଇ ଦେଇଛନ୍ତି ବାଲି ମାଫିଆ । ଘଟଣାସ୍ଥଳରେ ହିଁ ଡିଏସପିଙ୍କର ମୃତ୍ୟୁ ହୋଇଛି । ରାସ୍ତାକଡ଼ରେ ଡିଏସ୍ପିଙ୍କ ମୃତଦେହ ପଡ଼ିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ କରୁଛି । ଅଭିଯୁକ୍ତଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ୍ ଜାରି ରଖିଛି ପୁଲିସ ।
ନୂହଁ ଜିଲ୍ଲାର ତାବଡୁ ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ଗାଁ ପଚଗାଓଁର ଏହି ଘଟଣା । ଡିଏସପି ସୁରେନ୍ଦ୍ର ସିଂ ଗ୍ରାମକୁ ଲାଗିଥିବା ଅରବାଲି ପାହାଡରେ ବେଆଇନ ଖଣି ଖନନ ସମ୍ପର୍କରେ ସୂଚନା ପାଇଥିଲେ । ଏହା ପରେ ସେ ମଙ୍ଗଳବାର ତାଙ୍କ ଟିମ ସହ ସେଠାରେ ପହଞ୍ଚିଥିଲେ । ପୁଲିସ୍ ଟିମ୍ ଦେଖି ଟ୍ରକ ଡ୍ରାଇଭର ଏବଂ ଖଣି କାର୍ଯ୍ୟରେ ନିୟୋଜିତ ଲୋକମାନେ ପାହାଡ ନିକଟରେ ଠିଆ ହୋଇଥିବା ଟ୍ରକ ନେଇ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ଗାଡି ଅଟକାଇବା ପାଇଁ ଡିଏସପି ଆଗକୁ ଆସିବା ପରେ ଟ୍ରକ ଡ୍ରାଇଭର ତାଙ୍କ ଉପରେ ଗାଡି ଚଢାଇ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଟ୍ରକର ଚକା ତଳେ ଚାପିହୋଇ ଡିଏସପିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାର ଘୋର ଉଦବେଗ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.