ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଘରେ ନିୟମିତ ବ୍ୟବହାର କରାଯାଉଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗିବା ପରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କୁ ଏନେଇ ସମାଲୋଚନାର ଶିକାର ହେବାକୁ ପଡିଛି । ଏଭଳି ବିବାଦ ମଧ୍ୟରେ ଟ୍ୱିଟ କରି ଏକ ବଡ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ । ଏକ ଟ୍ୱିଟ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏହି ତାଲିକାରେ ଥିବା ୧୪ଟି ଜିନିଷ ଯଦି ପ୍ୟାକେଟରେ ବିକ୍ରି ନହୋଇ ଖୋଲାରେ ବିକ୍ରି ହୁଏ, ତେବେ ଏହି ଜିନିଷ ପାଇଁ ଲୋକଙ୍କୁ ଜିଏସଟି ଦେବାକୁ ପଡିବ ନାହିଁ । ଅର୍ଥାତ ଯଦି ଆପଣ ପ୍ୟାକିଂ ହୋଇଥିବା ଜିିନିଷ କିଣୁଛନ୍ତି ତେବେ ଯାଇ ଆପଣଙ୍କୁ ଜିଏସଟି ଦେବାକୁ ହେବ । ଏହି ତାଲିକାରେ,ଡାଲି,ଗହମ,ବାଜରା,ଚାଉଳ,ଧାନ,ସୁଜି,ବେସନ,ଦହି/ଲସି, ଓଟ୍ସ ଭଳି ଜିନିଷ ଅନ୍ତର୍ଭୁକ୍ତ । ଏହି କ୍ରମରେ ଚୁଡା ଓ ମୁଢି ସାମିଲ୍ ରହିଛି ।