୫-ଟି ରୂପାନ୍ତରଣ ପାଇଁ ବିଭିନ୍ନ ସ୍କୁଲରେ ପ୍ରସ୍ତୁତି ବୈଠକ

0 110

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ପଦ୍ମନପୁର ପଂଚାୟତ ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ବୁଢ଼ୀପଦର ପରିସରରେ ୫ ଟି ରୂପାନ୍ତରଣ ପାଇଁ ଏକ ପ୍ରସ୍ତୁତି ବୈଠକ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ଅଭିନାଶ ପାଣ୍ଡିଆ, ଏବିଇଓ କମଳାକାନ୍ତ ଦଳବେହେରା, ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର ଦେହୁରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପରେଶ ବେହେରା ,ଏବିଏଓ କମଳାକାନ୍ତ ଦଳବେହେରା, ସରପଞ୍ଚ ସୌଦାମିନୀ ବାରିକ, ପୂର୍ବ ସରପଞ୍ଚ ପ୍ରତାପ ପରିଡ଼ା ପୂର୍ବତନ ସଂପାଦକ ବିଦ୍ୟାଧର ସ୍ୱାଇଁ, ଶିକ୍ଷାବିତ ଲଳିତ ମୋହନ ବିଶ୍ୱାଳ, ଆଲୁମିନି ସଭାପତି ବିକ୍ରମ ପ୍ରଧାନ,ସମିତି ସଭ୍ୟ ତରିଆ ଯୋଗ ଦେଇଥିଲେ । ବିଡିଓ ଶ୍ରୀ ପାଣ୍ଡିଆ ୫-ଟି ରୂପାନ୍ତରଣ କାର୍ଯ୍ୟରେ ହେବାକୁ ଥିବା ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଳାସ ରୁମ, ସାଇନ୍ସ ଲାବୋରେଟେରୀ, ସ୍ମାର୍ଟ ବ୍ଲାକ ବୋର୍ଡ ଓ ଏକ ପାର୍କ ହେବା ପାଇଁ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଏସ୍‌ ଏମ୍‌ ସି ଓ ଏସ୍‌ ଏମ୍‌ ଡି ସି ସଭ୍ୟ ଓ ଶିକ୍ଷକମାନେ ଯୋଗ ଦେଇଥିଲେ । ସେହିପରି ବହିରା ଉଚ୍ଚ ବିଦ୍ୟାଳୟରେ ଓ ମୁଣ୍ଡାପଡା ଉଚ୍ଚ ବିଦ୍ୟାଳୟରେ ମଧ୍ୟ ୫-ଟି ରୂପାନ୍ତରଣ ପାଇଁ ପ୍ରସ୍ତୁତି ବୈଠକ ବିଡ଼ିଓ ଶ୍ରୀ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବହିରା ସରପଞ୍ଚ ଯଯାତି କେଶରୀ ମହାଳିକ, ସମିତିସଭ୍ୟା, ପ୍ରଧାନ ଶିକ୍ଷୟତ୍ରୀ ସୁରମା ତ୍ରିପାଠୀ, ସଭାପତି ଅଖଣ୍ଡ ମହାକୁଡ଼, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୟୋଧର ମହାକୁଳ , ଶିକ୍ଷକ ଅଜିତଲାଲ ମିଶ୍ର, କୃଷ୍ଣଚନ୍ଦ୍ର ମିଶ୍ର, ଶିକ୍ଷୟିତ୍ରୀ କଲ୍ୟାଣୀ ବେହେରା, ଧରିତ୍ରୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ, ଶିକ୍ଷକ ଦେଶବନ୍ଧୁ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

five × four =