ସମ୍ବଲପୁର ଜିଲ୍ଲାରେ ୬୫ କରୋନା ସଂକ୍ରମିତ ଓ ଜଣେ ମୃତ

0 125

ସମ୍ବଲପୁର: ଦୀର୍ଘ ଦିନ ପରେ କରୋନାର ପ୍ରତ୍ୟାବର୍ତ୍ତନ ଓ ନିରନ୍ତର ସଂକ୍ରମଣ ବୃଦ୍ଧି ଏଠାରେ ଚିନ୍ତାର କାରଣ ହୋଇଛି । ରାଜ୍ୟ ସରକାରଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟାରେ ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମିତ ୬୫ ଜଣଙ୍କୁ ଚିହ୍ନଟ କରାଯାଇଛି ଓ ସ୍ଥାନୀୟ ବୁର୍ଲା ବଡ଼ ଡ଼ାକ୍ତରଖାନାରେ ଜଣଙ୍କର ମୃତ୍ୟୁ ଘଟିଛି, ଯଦିଓ ମୃତ ବ୍ୟକ୍ତି ଜଣକ କେଉଁ ଜିଲ୍ଲାର ତାହା ସ୍ପଷ୍ଟ କରାଯାଇ ନାହିଁ । ଅନ୍ୟପଟେ ପଡୋଶୀ ଜିଲ୍ଲା ଝାରସୁଗୁଡ଼ା ଓ ସୁବର୍ଣ୍ଣପୁର ଛଡ଼ା ଏହି ଜିଲ୍ଲାର ଆଖପାଖ ଅଞ୍ଚଳରେ ସଂକ୍ରମଣ ସ୍ଥିତି ସେପରି ଚିନ୍ତାଜନକ ନୁହେଁ । ସମ୍ବଲପୁର ଜିଲ୍ଲା ଠାରୁ ଅଧିକ ଚିନ୍ତାଜନକ ସ୍ଥିତି ସୁନ୍ଦରଗଡ଼ର ରହିଛି, ଯେଉଁଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୭ ଜଣ କରୋନା ପଜିଟିଭ ଚିହ୍ନଟ କରା ଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟ ରେ ସୁବର୍ଣ୍ଣପୁର ଜିଲ୍ଲାରେ ୪୨, ଝାରସୁଗୁଡ଼ାରେ ୨୫, ବରଗଡ଼ ୮, ଦେବଗଡ଼ ୭ ଓ ବଲାଙ୍ଗୀର ଜିଲ୍ଲାରେ ୧୨ଜଣ ସଂକ୍ରମିତ ଚିହ୍ନଟ ହେବାର ଖବର ମିଳିଛି । ଏଇଥି ପାଇଁ ସମ୍ବଲପୁର ମହାନଗର ନିଗମ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ଓ ସାବଧାନ ରହିବା ପାଇଁ ତାଗିଦ୍‌ କରାଯାଇଛି ।

hiranchal ad1
Leave A Reply

Your email address will not be published.

5 × 3 =