ବିଚାରପତିଭାବେ ୨୧ ନ୍ୟାୟିକ ଅଧିକାରୀଙ୍କୁ ମିଳିବ ପଦୋନ୍ନତି

0 42

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ସୁପ୍ରିମକୋର୍ଟ କଲେଜିୟମର ଏକ ବୈଠକରେ ଦେଶର ବିଭିନ୍ନ ହାଇକୋର୍ଟରେ ବିଚାରପତି ଭାବରେ ୨୧ ଜଣ ନ୍ୟାୟିକ ଅଧିକାରୀଙ୍କୁ ପଦୋନ୍ନତି ଦେବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି କଲେଜିୟମ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସାତ ଜଣ ନ୍ୟାୟିକ ଅଧିକାରୀଙ୍କୁ ବିଚାରପତି ଭାବରେ ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କରିଛି । ପଦୋନ୍ନତି ପାଇବାକୁ ଥିବା ନ୍ୟାୟିକ ଅଧିକାରୀଙ୍କ ନାମ ହେଉଛି- ଅଦୁସୁମଲୀ ଭେଙ୍କଟ ରବୀନ୍ଦ୍ର ବାବୁ, ଭାକ୍କାଲାଗାଡା ରାଧାକୃଷ୍ଣ କୃପା ସାଗର, ସୟମସୁନ୍ଦର ବନ୍ଦରୁ, ଶ୍ରୀନିବାସ ଭୁଟୁକୁରୁ, ବୋପପାନା ଭାରାହା ଲକ୍ଷ୍ମୀ ନରସିଂହ ଚକ୍ରବର୍ତ୍ତୀ, ତାଲାପ୍ରାଗଡା ମଲ୍ଲିକାର୍ଜୁନ ରାଓ ଏବଂ ଡୁପପାଲା ଭେଙ୍କଟ ରମନ୍ନା । ଆହ୍ଲାବାଦ ହାଇକୋର୍ଟରେ ବିଚାରପତି ଭାବରେ ନଅ ଜଣ ନ୍ୟାୟିକ ଅଧିକାରୀଙ୍କୁ ପଦୋନ୍ନତି ପ୍ରସ୍ତାବକୁ ମଧ୍ୟ କଲେଜିୟମ ଅନୁମୋଦନ କରିଛି । ପଦୋନ୍ନତି ପାଇବାକୁ ଥିବା ନ୍ୟାୟିକ ଅଧିକାରୀଙ୍କ ନାମ ହେଉଛି- ରେଣୁ ଅଗ୍ରୱାଲ, ମହମ୍ମଦ ଆଝାର ହୁସେନ ଇଦ୍ରିସି, ରାମ ମନୋହର ନାରାୟଣ ମିଶ୍ର, ଜ୍‌ୟୋତ୍ସ୍ନା ଶର୍ମା, ମୟଙ୍କ କୁମାର ଜୈନ, ଶିବ ଶଙ୍କର ପ୍ରସାଦ, ଗଜେନ୍ଦ୍ର କୁମାର, ସୁରେନ୍ଦ୍ର ସିଂ-୧ ଏବଂ ନଲିନ କୁମାର ଶ୍ରୀବାସ୍ତବ । ଜୁଲାଇ ୧୯, ୨୦୨୨ରେ ଅନୁଷ୍ଠିତ ବୈଠକରେ କଲେଜିୟମ କର୍ଣ୍ଣାଟକ ହାଇକୋର୍ଟରେ ପାଞ୍ଚ ଜଣ ନ୍ୟାୟିକ ଅଧିକାରୀଙ୍କୁ ବିଚାରପତି ଭାବରେ ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କରିଥିଲା ।

hiranchal ad1
Leave A Reply

Your email address will not be published.

3 × 3 =