ବୌଦ୍ଧ,୨୦/୭- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ସ୍ନାତକ ବିଭାଗ ଆନୁକୂଲ୍ୟରେ ଅବସରକାଳୀନ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ବର୍ଦ୍ଧନାରେ ଯୁକ୍ତ ତିନି ଶେଷ ବର୍ଷ ଓଡ଼ିଆ ସାହିତ୍ୟ ବିଭାଗ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା କରିବା ସହିତ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ପୂର୍ଣ୍ଣେନ୍ଦୁ ତ୍ରିପାଠୀଙ୍କୁ ଓଡ଼ିଆ ସାହିତ୍ୟ ବିଭାଗ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣୀଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଅଧ୍ୟକ୍ଷ ଡ଼ଃ ପୂର୍ଣ୍ଣେନ୍ଦୁ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏହି ସମ୍ବର୍ଦ୍ଧନା ସଭା ପରିଚାଳନା କରିଥିଲେ ଡ଼ଃ ପ୍ରମୋଦ କୁମାର ମହାପାତ୍ର । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଲଳିତ କୁମାର ମେହେର, ରଞ୍ଜିତ କୁମାର ସାମଲ, ସୁରେଶ କୁମାର ଯୋଶୀ ଓ ଅଧ୍ୟାପିକା ସୁଷମା ରାଣୀ ବହିଦାର ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଅଧ୍ୟକ୍ଷ ଡ଼ଃ ପୂର୍ଣ୍ଣେନ୍ଦୁ ତ୍ରିପାଠୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଅପ୍ରିସ୍ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।