ରାସ୍ତା କାମ ନିମ୍ନମାନର ଅଭିଯୋଗ ଆଣିଲେ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ସଂଘ

0 117

ଫୁଲବାଣୀ:-ଫୁଲବାଣୀ ପୌରପରିଷଦର କୃଷି ଛକ ଠାରୁ ଆରମ୍ଭ କରି ଜଗନ୍ନାଥ ମନ୍ଦିର ପଯ୍ୟନ୍ତ ରହିଥିବା ମୁଖ୍ୟରାସ୍ତା ମଧ୍ୟରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚି ଥିବା ଲକ୍ଷ୍ୟ କରାଯାଇଛି । ପୂର୍ତ୍ତବିଭାଗର ନିମ୍ମମାନର ରାସ୍ତା କାମ ଯୋଗୁଁ ସାଧାରଣ ଜନତା, ଜିଲ୍ଲାପାଳଙ୍କ କାଯ୍ୟାଳୟଠାରୁ ମାଦିକୁନ୍ଦା ଛକ ପର୍ଯ୍ୟନ୍ତ ଯିବା ଆସିବା କରିବା କାଠିକର ପାଠ ହୋଇ ପଡିଛି । ଗତ କିଛି ଦିନ ଧରି ଜନ ସାଧାରଣ ଗମନାଗମନ ସହ ବିଭିନ୍ନ ପ୍ରକାର ଯାନବାହାନ ଯିବା ଆସିବା କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି । କିଛିଦିନ ତଳେ ବାଇକ ସ୍ଲିପ ହୋଇ ପଡି ଯାଇଥିବାର ଦେଖିବାକୁ ମିଳିଥିଲା । ପ୍ରତି ବର୍ଷ ଏହି ରୋଡ ବାର୍ଷିକ ଦୁଇରୁ ତିନି ଚାରିଥର ନୂତନ ଭାବେ ନିର୍ମାଣ କରା ଯାଉଥିଲେ ମଧ୍ୟ ରୋଡ ମଧ୍ୟରୁ ପିଚୁ ସହ ମାଟି ଉଠି ଯିବା ସହ ବାୟୁ ପ୍ରଦୂଷଣ କରିବାରେ ସହାୟତା ହେଉଛି । ଫୁଲବାଣୀ ସହର କନ୍ଧମାଳ ଜିଲ୍ଲାର ସଦର ମହାକୁମା ହୋଇ ଥିବାବେଳେ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ପୌରପରିଷଦ କର୍ମକର୍ତ୍ତା ତଥା ପୂର୍ତ୍ତ ବିଭାଗର କୋଠାବାଡି ମୁଖ୍ୟଯନ୍ତ୍ରୀ , ମଣ୍ଡଳ କୋଠାବାଡି ଯନ୍ତ୍ରୀ ,ନିର୍ବାହୀ ଯନ୍ତ୍ରୀ ସହ ସହକାରୀ ଯନ୍ତ୍ରୀ ଓ ବରିଷ୍ଠ କନିଷ୍ଠ ଯନ୍ତ୍ରୀ ମାନେ ରହି କାର୍ଯ୍ୟ ତଦାରଖ କରୁଛନ୍ତି । ଜିଲ୍ଲାର ସଦର ମହାକୁମାରେ ଯଦି ଏଭଳି ନିର୍ମାଣ କାର୍ଯ୍ୟ କରାଯାଉଛି ତାହେଲେ ଅନ୍ୟାନ୍ୟ ଅଞ୍ଚଳର କାର୍ଯ୍ୟ କିଭଳି ହେଉଥିବ, ସେ କଥା ନ କହିବା ଭଲ ବୋଲି ବରିଷ୍ଠ ଜନ ସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି । ନୂତନ ଜିଲ୍ଲାପାଳ ନିର୍ମାଣ କାର୍ଯ୍ୟ ଗୁଡିକର ସମିକ୍ଷା କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ତୁରନ୍ତ ବାୟୁ ପ୍ରଦୂଷଣ ରୋକିବା ସହ ପ୍ରତିକାର ପାଇଁ ଜିଲ୍ଲା ସଚେତନ ବରିଷ୍ଠ ନାଗରିକ ସଂଘ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

14 − eight =