ସୁବର୍ଣ୍ଣପୁରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ କରୋନା ବୁଷ୍ଟର ଡୋଜ ଟିକା ଗ୍ରହଣ

0 119

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟାଳୟ ସୁବର୍ଣ୍ଣପୁରରେ ଆଗ ଧାଡିର କରୋନା ଯୋଦ୍ଧା ହିସାବରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କ ପାଇଁ ପ୍ରିକସନ ଡୋଜ (କୋଭାସିଲଡ଼) ଟିକାକରଣ ବ୍ୟବସ୍ଥା ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଇଥିଲା । ଆଜି ସ୍ଥାନୀୟ ଏନଜିଓସିସି ସମ୍ମିଳନୀ କକ୍ଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧିମାନେ ଏକତ୍ରିତ ହୋଇ ସାମୁହିକ ଭାବରେ କରୋନା ପ୍ରୀକସନ୍‌ ଡୋଜ୍‌ ଟିକା ନେଇଥିଲେ । ପର୍ଯ୍ୟାୟ କ୍ରମେ ଏହି ସୁବିଧା ସମସ୍ତ ବ୍ଲକ୍‌ସ୍ତରୀୟ ସାମ୍ବାଦିକମାନଙ୍କ ପାଇଁ ୬ଟି ଯାକ ବ୍ଲକ ମୁଖ୍ୟାଳୟରେ ଯୋଗାଇ ଦିଆଯିବ । ଆଜିର ଏହି ଟିକାକରଣ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଡିଏଲଭିଏମ ସନ୍ତୋଷ କୁମାର ସାହୁ, ଟିକା କର୍ମୀ ରାଜଶ୍ରୀ ଦ୍ୱିବେଦୀ, ଭେରୀଫ୍ୟାୟର ବାଳଗୋପାଳ ମିଶ୍ର, ସହଯୋଗୀ ରଜତ ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆଜି ସମୁଦାୟ ୫୫ ଜଣ ସାମ୍ବାଦିକଙ୍କୁ ଟିକାଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

sixteen − eleven =