ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଟାଉନ ହଲ ଠାରେ ବଡା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ପୌର ପରିଷଦର ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନଙ୍କ ନିରନ୍ତର ସେବା ସହରକୁ ଦେଇ ଆସୁଛନ୍ତି ।ରଥଯାତ୍ରା ସମୟରେ ସଫା ସୁତୁରା ସଙ୍ଗେ ସଙ୍ଗେ କରୁଥିଲେ ଓ ସେହିପରି କରୋନା ସମୟରେ ସହରକୁ ସଫେଇ କରି ସୁନାମ ଅର୍ଜନ କରିଛନ୍ତି । ଜିଲ୍ଲାପାଳ ସେମାନଙ୍କ ଖୁସି ସକାଶେ ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରସିବା ସହ ସେମାନଙ୍କ ସହ ବସି ଭୋଜନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପ ଜିଲ୍ଲାପାଳ, ତହସିଲଦାର, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ,ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ, ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରମୁଖ ସଫେଇ କର୍ମଚାରୀଙ୍କ ସହ ବସି ଭୋଜନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦର କର୍ମଚାରୀ ଓ ପୌର ପରିଷଦର କାଉନସିଲର ମାନେ ଉପସ୍ଥିତ ଥିଲେ । ପୌର ପରିଷଦର ଏହି ଭଳି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ଭୂୟସୀ ପ୍ରଶଂସା କରାଯାଇଛି । ସଫେଇ କର୍ମଚାରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।