ପୋଷ୍ୟ ସନ୍ତାନ ଗ୍ରହଣ ଅପେକ୍ଷାରେ ୨୮,୬୬୩ ଆବେଦନକାରୀ

0 40

ନୂଆଦିଲ୍ଲୀ: ଦେଶରେ ପୋଷ୍ୟ ସନ୍ତାନ ଗ୍ରହଣ ଚାହିଦା ବଢୁଛି । ଅଧିକରୁ ଅଧିକ ବ୍ୟକ୍ତି ବିଭିନ୍ନ କାରଣରୁ ଏହି ବ୍ୟବସ୍ଥାକୁ ଆପଣାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ବର୍ତ୍ତମାନ ୨୮,୬୬୩ ଜଣ ଭାରତୀୟ ଆବେଦନକାରୀ ପୋଷ୍ୟ ସନ୍ତାନ ଗ୍ରହଣ ଅପେକ୍ଷାରେ ଅଛନ୍ତି । କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଶୁକ୍ରବାର କହିଛି । ଏଥିସହ ମନ୍ତ୍ରାଳୟ ପକ୍ଷରୁ ସ୍ୱୀକାର କରାଯାଇଛି ଯେ ଦେଶରେ ପୋଷ୍ୟ ସନ୍ତାନ ଗ୍ରହଣ ସଂଖ୍ୟା ହ୍ରାସ ପାଉନାହିଁ । ସଂସଦର ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ସଂପ୍ରତି ୧,୦୩୦ ବିଦେଶୀ ଆବେଦନକାରୀ (ଅଣ-ବାସିନ୍ଦା ଭାରତୀୟ ଏବଂ ବିଦେଶୀ ନାଗରିକଙ୍କ ସମେତ) ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ ପ୍ରାଧିକରଣରେ ପଞ୍ଜୀକୃତ କରିବା ସହ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଅପେକ୍ଷା କରି ରହିଛନ୍ତି । ସିଏଆରଏ ଅଧୀନରେ ପୋଷ୍ୟ ସନ୍ତାନ ଗ୍ରହଣ ହ୍ରାସ ପାଉଛି କି ବୋଲି ପଚରାଯିବାରୁ ମନ୍ତ୍ରୀ ଇରାନୀ ନା ବୋଲି ପ୍ରତିକ୍ରିୟା ଦେଇଛନ୍ତି । ୨୦୨୧-୨୨ରେ ଦେଶରେ ପ୍ରାୟ ୨,୯୯୧ ଟି ପୋଷ୍ୟ ସନ୍ତାନ ଗ୍ରହଣ ରେକର୍ଡ କରାଯାଇ ଥିବାବେଳେ ୪୧୪ଟି ଆନ୍ତଃଦେଶ ପୋଷ୍ୟ ସନ୍ତାନ ଗ୍ରହଣ କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + thirteen =