ଏହି ରାଜ୍ୟରେ ବିଧାୟକଙ୍କ ଦରମା ହେବ ୧.୬୦ ଲକ୍ଷ

0 37

ରାୟପୁର: ଛତିଶଗଡ ବିଧାନସଭାରେ ଚାଲିଥିବା ମୌସୁମୀ ଅଧିବେଶନର ଆଜି ଥିଲା ତୃତୀୟ ଦିନ । ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅନୁପୂରକ ବଜେଟ ଉପରେ ତର୍କ ଚାଲିଥିବା ବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେଶ ବଘଲେଙ୍କ ଘୋଷଣା ମୁତାବକ, ଏବେ ରାଜ୍ୟର ବିଧାୟକମାନେ ମାସିକ ୧.୬୦ ଲକ୍ଷ ଟଙ୍କା ଦରମା ପାଇବେ । ଏହାପୂର୍ବରୁ ରାଜ୍ୟର ବିଧାୟକମାନେ ୯୫ ହଜାର ଟଙ୍କା ଦରମା ପାଉଥିଲେ । କେବଳ ସେତିକି ନୁହେଁ,ବିଧାୟକମାନଙ୍କର ଚିକିତ୍ସା ଭତ୍ତା ୫ ହଜାର ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଦୈନିକ ଭତ୍ତା ବି ୧ ହଜାର ଟଙ୍କା ବୃଦ୍ଧି କରାଯାଇଛି । ଯଦି ଦେଶର ଅନ୍ୟ ରାଜ୍ୟମାନଙ୍କରେ ବିଧାୟକଙ୍କ ଦରମା କଥା ଆଲୋଚନା କରାଯିବ ତେବେ ତେଲେଙ୍ଗାନା ସବୁଠୁ ଆଗରେ ରହିଛି । ତେଲେଙ୍ଗାନାରେ ବିଧାୟକମାନଙ୍କ ଦରମା ଏବେ ୨.୫୦ ଲକ୍ଷ ରହିଥିବା ବେଳେ ଏହା ତଳକୁ ରହିଛି ମହାରାଷ୍ଟ୍ର ୨.୩୨ ଲକ୍ଷ ଟଙ୍କା ରହିଛି । ସେହିଭଳି ଉତ୍ତର ପ୍ରଦେଶର ବିଧାୟକମାନେ ଏବେ ୧.୮୭ ଲକ୍ଷ ଟଙ୍କା ଦରମା ପାଉଥିବା ବେଳେ ଜମ୍ମୁ କାଶ୍ମୀର ଓ ଉତ୍ତରାଖଣ୍ଡର ବିଧାୟକମାନେ ୧.୬୦ ଲକ୍ଷ ଟଙ୍କା ଦରମା ପାଉଛନ୍ତି ।

hiranchal ad1
Leave A Reply

Your email address will not be published.

ten + 2 =