ବିପର୍ଯ୍ୟସ୍ତ ଅବସ୍ଥାରେ ଖଙ୍ଗାରଗୁଡା ପ୍ରାଥମିକ ବିଦ୍ୟାଳୟ, ଆଶା ଓ ଆଶଙ୍କାରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ

0 76

ଭବାନୀପାଟଣା : ଏବେ ଅନେକ ବିଦ୍ୟାଳୟ ରୂପାନ୍ତରି ଦ୍ୱାରା ବଦଳିଯାଉଛି ପାରିପାର୍ଶିକ ଅବସ୍ଥା । ଶୈକ୍ଷିକ ବାତାବରଣ ଯୋଗୁଁ ଛାତ୍ରଛାତ୍ରୀ ବିଦ୍ୟାଳୟ ମୁହାଁ ହେଉଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ହାଇସ୍କୁଲଗୁଡ଼ିକୁ ସ୍ମାର୍ଟ କରାଯାଉଛି । କିନ୍ତୁ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଏବେ ସମ୍ପୂର୍ଣ୍ଣ ଦୟନୀୟ । ବର୍ଷା ହେଲେ ବିଦ୍ୟାଳୟର କିଛି କୋଠାରୁ ପାଣି ଝରୁଛି । ସେହିପରି ବିଦ୍ୟାଳୟର ଅନେକ କୋଠା ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି । କୋଠା ଅର୍ଦ୍ଧ ଭଗ୍ନ ହୋଇ ପଡିରହିଥିବା କୋଠାର ମରାମତି ହେଉନାହିଁ । ଏପରିକି କେତେବେଳେ ଛାତ ଗଳି ପଡି ଜନ ଜୀବନ ନଷ୍ଟ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଯାହାର ଏକ ସଦ୍ୟତମ ଉଦାହରଣ କଲମପୁର ବ୍ଲକ ଅଧିନସ୍ଥ ବଡକୁଟୃ ପଞ୍ଚାୟତର ଖଙ୍ଗାରଗୁଡା ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୮୭ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । କିନ୍ତୁ ଏହି ବିଦ୍ୟାଳୟର ଗୋଟିଏ କୋଠା ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ହେଇଥିବା ବେଳେ ପାଠ ପଢ଼ା ହେଉଥିବା କୋଠାର ଅବସ୍ଥା ଦୟନୀୟ ଓ ବିପଦ ସଂକୁଳ ଅବସ୍ଥାରେ ରହିଛି । ମାତ୍ର ୨ ଜଣ ଶିକ୍ଷକଙ୍କ ମାଧ୍ୟମରେ ୮ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଯାଉଛି । ଏପରିକି ବିଦ୍ୟାଳୟର ବାଉଣ୍ଡରୀ ଏବେ ଭଗ୍ନ ଓ ବିପର୍ଯ୍ୟସ୍ତ ।
ଅନେକ ସମୟରେ ଗାଈଗୋରୁ ସମେତ ମଦ୍ୟପ ଏବଂ ଜୁଆଡି ଭଳି ଅସମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରବେଶ ରହୁଛି । ଯାଦ୍ୱାରା ପ୍ରଭାବିତ ହେଉଛି ଶୈକ୍ଷିକ ବାତାବରଣ । ଏହି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଉଛି । ଅନ୍ୟପଟେ ସରକାର ପ୍ରାଥମିକ ବିଦ୍ୟାଳୟ ସବୁର ଭିତ୍ତିଭୂମି ଉନ୍ନତି ପାଇଁ ପଞ୍ଚାୟତକୁ ଦାୟିତ୍ୱ ଦିଆଯାଇଥିବା କୁହାଯାଉଛି । କିନ୍ତୁ ପରିତାପର ବିଷୟ ବିଦ୍ୟାଳୟ ମରାମତି ଅଥବା ନୂତନ କୋଠା ନିର୍ମାଣ ପାଇଁ ପଂଚାୟତ ନିକଟରେ ଅନୁଦାନ ଅଭାବ । ତେବେ କେଉଁ ପରିସ୍ଥିତିରେ ବିଦ୍ୟାଳୟ ମରାମତି ଅଥବା ନୂତନ କୋଠା ନିର୍ମାଣ ହେବ ? ଗୁରୁବାର ବିଡିଓ ପ୍ରସନ୍ନ କୁମାର ପଟେଲ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ.ରାମଚନ୍ଦ୍ର ନାୟକ, କନିଷ୍ଠ ଯନ୍ତ୍ରୀ ନବୀନ କୁମାର ଟୁଡୁ ଓ ସରପଞ୍ଚ ଗଣେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 + twenty =