ରାୟପୁର: ଛତିଶଗଡ଼ର ଜଣେ ପୁଲିସ କର୍ମଚାରୀ ଏଭଳି କାର୍ଯ୍ୟ କରିଛନ୍ତି,ଯେଉଁଥି ପାଇଁ ତାଙ୍କୁ ଚାରିଆଡ଼ୁ ପ୍ରଶଂସା ମିଳୁଛି । ଶନିବାର ଛତିଶଗଡର ରାଜଧାନୀ ରାୟପୁରରେ ଜଣେ ଟ୍ରାଫିକ୍ ପୁଲିସ ବାଟରୁ ୪୫ ଲକ୍ଷ ଟଙ୍କା ପାଇ ସ୍ଥାନୀୟ ଥାନାରେ ଦାଖଲ କରଛନ୍ତି । ଅତିରିକ୍ତ ପୁଲିସ ସୁପରିନଟେଣ୍ଡେଣ୍ଟ୍ ସୁଖନନ୍ଦନ ରାଠୋର୍ କହିଛନ୍ତି,ସକାଳେ ମାନା ଥାନା ଅନ୍ତର୍ଗତ ରାସ୍ତାରୁ ନବ ରାୟପୁରର କାୟାବନ୍ଧା ପୋଷ୍ଟ୍ରେ ଡିୟୁଟି କରୁଥିବା ଟ୍ରାଫିକ୍ କନେଷ୍ଟ୍ବଳ ନୀଳାମ୍ବର ସିହ୍ନା ଗୋଟାଏ ବ୍ୟାଗ୍ ପାଇଥିଲେ । ବ୍ୟାଗ୍ ଖୋଲି ଦେଖିଲେ,ସେଥିରେ ୪୫ ଲକ୍ଷ ଟଙ୍କାର ୨୦୦୦ ଓ ୫୦୦ ଟଙ୍କିଆ ନୋଟ୍ ଅଛି । ଏ ସଂକ୍ରାନ୍ତରେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇ ସେ ଟଙ୍କା ବ୍ୟାଗ୍କୁ ସିଭିଲ୍ ଲାଇନ୍ ଥାନାରେ ଦାଖଲ କରିଥିଲେ ।