ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ

0 84

ଫୁଲବାଣୀ:-ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ଫୁଲବାଣୀ ସଦର ଥାନା ପୋଲିସ ଶନିବାର ୯ ଜଣଙ୍କୁ ଗିରଫ କରିଛି । ଏହି ଘଟଣାକୁ ନେଇ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଆଶିଷ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ୫ ଜଣିଆ କମିଟି କନ୍ଧମାଳ ଗସ୍ତ କରି ପୀଡ଼ିତାଙ୍କ ପରିବାରଙ୍କୁ ଯାଇ ଭେଟିବା ପରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ । ପରେ ପରେ ଫୁଲବାଣୀ ସ୍ଥିତ ଦେବ କଲ୍ୟାଣୀ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଆଇଟିଆଇ ନିକଟସ୍ଥ ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣାର ଦୀର୍ଘ ଏକ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ମୁଖ୍ୟ ଆସାମୀମାନଙ୍କୁ ଧରିବାରେ ବିଫଳ ହେବା ସହ ଘଟଣାର ତଦନ୍ତକୁ ବାଟବଣା କରୁଛି । ଆଜିବି ମୁଖ୍ୟ ଆସାମୀ ମାନେ ଖୁଲାମ ଖୁଲା ବୁଲୁଥିବା ଅଭିଯୋଗ କରିଛି ରାଜ୍ୟ ବଜେପି ଯୁବ ମୋର୍ଚ୍ଚା । ଏଥି ସହିତ ଉକ୍ତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବୀ କରିଛି । ମୁଖ୍ୟ ଆସାମୀ ମାନେ ଯଦି ଯଥା ଶୀଘ୍ର ଗିରଫ ନ ହୁଅନ୍ତି ଆଗାମୀ ଦିନରେ ଆନ୍ଦୋଳନ କନ୍ଧମାଳର ଗ୍ରାମାଞ୍ଚଳରୁ ସହରାଞ୍ଚଳ ଦେଇ ବିଧାନସଭା ପର୍ଯ୍ୟନ୍ତ ବ୍ୟାପିବ ବୋଲି ଚେତାବନୀ ଦେଇଛି ଭାରତୀୟ ଜନତା ଯୁବ ମୋର୍ଚ୍ଚା । ଏହି ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଓଁ ପ୍ରକାଶ ମିଶ୍ର, ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ନାରାୟଣ କର୍ମୀ, ରାଜ୍ୟ ସାଧାରଣ ସମ୍ପାଦକ ଅଭୟ ପାତ୍ର,ଜିଲ୍ଲା ଉପସଭାପତି ସୁଧାଂସୁ ଗୁରୁ,ରାଜ୍ୟ ସଂଯୋଜକ ଅଭିଶେକ ସାମନ୍ତ ରାୟ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲାକ କହଁର, ଜଗନ୍ନାଥ ସାହୁ(ଟିକୁ), ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି ଏବଂ ଅଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eleven − eight =