ରାଷ୍ଟ୍ରପତି ଭବନ ରୋଷେଇ ଘରେ ସ୍ଥାନ ପାଇବ ପଖାଳ ଓ ସଜନା ଶାଗ!

0 183

ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ଆଜି ଦେଶର ନୂତନ ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିବା ପରେ କେତେକ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନୂଆ ରାଷ୍ଟ୍ରପତିଙ୍କ ଅମଳରେ ରାୟସିନା ହିଲର କିଚେନରେ ପାରମ୍ପାରିକ ଓଡ଼ିଆ ଖାଦ୍ୟ ସ୍ଥାନ ପାଇବ ବୋଲି ଆଲୋଚନା ହେଲାଣି । ସୋସିଆଲ ମିଡିଆରୁ ମେନ୍‌ ଷ୍ଟ୍ରିମ୍‌ ମିଡିଆ ସବୁଠି ଏବେ ଓଡ଼ିଶାର ପଖାଳ ଓ ସଜନା ଶାଗକୁ ନେଇ ଚର୍ଚ୍ଚା । ଅନ୍ୟ ଓଡ଼ିଆମାନଙ୍କ ଭଳି ମହାମହିମ ମୁର୍ମୁ ମଧ୍ୟ ପଖାଳ ପ୍ରିୟ । ପଖାଳ ସହିତ ସେ ସଜନା ଶାଗ ଭଜା ଖାଇବାକୁ ପସନ୍ଦ କରନ୍ତି । ସଜନା ଶାଗ ଓ ପଖାଳ ତାଙ୍କର କେତେ ପ୍ରିୟ,ତାହା ମୁର୍ମୁଙ୍କ ସମ୍ପର୍କୀୟ କୁହନ୍ତି । ମୁର୍ମୁ ତାଙ୍କ ବାପଘର ମୟୁରଭଂଜର ଉପରବେଡାକୁ ଯେତେବେଳେ ବି ଯାଆନ୍ତି,ତାପୂର୍ବରୁ ପଖାଳ ବ୍ୟବଥା କରିବାକୁ କହିଦେଇଥାନ୍ତି । ଫୋନରେ ନିଜ ଭାଉଜ ଶାକ୍ୟମୁନୀଙ୍କୁ ପଖାଳ ଓ ସଜନା ଶାଗ ପ୍ରସ୍ତୁତ କରିବାକୁ କହିଥାନ୍ତି । ଯେହେତୁ ମୁ୍‌ର୍ମୁ ପଖାଳ ପ୍ରିୟ,ତେଣୁ ରାଷ୍ଟ୍ରପତି ଭବନର କିଚେନରେ ଆଗକୁ ଯଦି ପଖାଳ ଓ ସଜନା ଶାଗ ସ୍ଥାନ ପାଏ, ସେଥିରେ ଆଶ୍ଟର୍ଯ୍ୟ ହେବାର କିଛି ନାହିଁ । ପ୍ରଣବ ମୁଖାର୍ଜୀଙ୍କ ଅମଳରେ ଯଦି ବଙ୍ଗାଳୀ ଖାଦ୍ୟ ରାଷ୍ଟ୍ରପତି ଭବନ ମେନୁରେ ସ୍ଥାନ ପାଇଥିଲା ତେବେ ଦକ୍ଷୀଣ ଭାରତୀୟ ରାଷ୍ଟ୍ରପତିଙ୍କ ଅମଳରେ ଦକ୍ଷିଣ ଭାରତର ସୁସ୍ୱାଦୁ ଖାଦ୍ୟ ମେନୁରେ ସ୍ଥାନ ପାଇଥିଲା । ମୁର୍ମୁ ନିରାମିଷାଶୀ । ୨୦୧୩ରେ ବଡ଼ପୁଅର ଅଚାନକ ଦେହାନ୍ତ ପରଠାରୁ ସେ ଆମିଷ ଛାଡି଼ ଦେଇଥିଲେ । କେବଳ ଆମିଷ ନୁହେଁ,ସେ ପିଆଜ କିମ୍ବା ରସୁଣ ମଧ୍ୟ ଖାଆନ୍ତି ନାହିଁ । ଶିବଭକ୍ତ ଦ୍ରୌପଦୀ ପାହାନ୍ତା ୩.୩୦ରେ ବିଛଣା ଛାଡନ୍ତି । ଏହା ପରେ ଧ୍ୟାନ ଓ ଯୋଗ କରନ୍ତି । ତେବେ ରାଷ୍ଟ୍ରପତି ମୁର୍ମୁ କ’ଣ ଖାଇବାକୁ ପସନ୍ଦ କରନ୍ତି ? ରାଷ୍ଟ୍ରପତିଙ୍କ ଆହାର ବହୁତ ସାଧାରଣ ।

hiranchal ad1
Leave A Reply

Your email address will not be published.

eight − 3 =