ବଡ଼ଚଣା : ବଡ଼ଚଣା ବିଜେପି ପକ୍ଷରୁ ” ଧନ୍ୟବାଦ ମୋଦୀ ଜୀ ” କାର୍ଯ୍ୟକ୍ରମ ଆଜି ସମିଆ ପଞ୍ଚାୟତରେ ରାଜ୍ୟ ବିଜେପି ସମ୍ପାଦକ ଅମର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଜଣେ ସାଧାରଣ ଆଦିବାସୀ, ଜନଜାତି ମହିଳାଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇବା ଓ ଓଡ଼ିଶାକୁ ସାରା ବିଶ୍ୱରେ ପରିଚିତ କରାଇବା ଥିବାରୁ ଧନ୍ୟବାଦ ମୋଦୀ ଜୀ କାର୍ଯ୍ୟକ୍ରମ କରାଯାଇଥିଲା । ବଡ଼ଚଣାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟକ ଆଦିବାସୀ ଭାଇ ଓ ଭଉଣୀମାନେ ଆସି ମାନନୀୟା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବକୁ ସ୍କ୍ରିନ ମାଧ୍ୟମରେ ଦେଖି ଆନନ୍ଦରେ ମିଷ୍ଠାନ୍ନ ବଣ୍ଟନ କରିବା ସହ ମନଖୁସିରେ ନାଚଗୀତର ଆସର ଜମାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାସ ଦାମୋଦର ମୋଦୀ ଜୀ ଓଡ଼ିଶାକୁ ଏକ ସ୍ୱତନ୍ତ୍ରଭାବେ ଦୃଷ୍ଟି ଦେବା ସହ ଓଡ଼ିଆ ଜାତିର ସମ୍ମାନ ଓ ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଓଡ଼ିଶାକୁ ପ୍ରାଧାନ୍ୟ ଦେଉଥିବା ସ୍ପଷ୍ଟ ଜଣାପଡିଛି ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ । ଆଜି ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଅମର ନାୟକ, ଜିଲ୍ଲା ବିଜେପି ମହିଳା ସମ୍ପାଦିକା ଦେବଜନୀ ପ୍ରଧାନ, ଜିଲ୍ଲା ଯୁବ ସମ୍ପାଦକ ପ୍ରୀତମ ନାୟକ, ଆଇଟି ସେଲର ଅଧ୍ୟକ୍ଷା ଚିନ୍ମୟୀ ସାହୁ, ଜିଲ୍ଲା ବିଜେପି ନେତା ଦୀପକ ସାମିଲ, ବିକାଶ ମହାପାତ୍ର ବେଣୁଧର ବିଶ୍ୱାଳ, ନୀଳମଣି ରାଉତ, ବିଶ୍ୱବିଜୟୀ ବ୍ରହ୍ମ, କାର୍ତ୍ତିକ ସାମନ୍ତ, ପବିତ୍ର ରାଉତ, ରେବତୀ ଭୋଇ, ରାନୀ ହାଁସଦା, ସମିଆ, ପାରିଆ, ଶାଳପଡା, କାଇମାଟିଆ, ସରପଞ୍ଚ ଓ ସମିତି ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ ।