ବିଷାକ୍ତ ମଦ ପିଇ ୪ଜଣଙ୍କ ମୃତ୍ୟୁ

0 75

ଅହମଦାବାଦ: ଗୁଜରାଟର ବୋଟାଡରେ ବିଷାକ୍ତ ମଦ ପିଇ ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବିଷାକ୍ତ ମଦ ସେବନ ହେତୁ କିଛି ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ନିଶ୍ଚିତ କରିଛି । ଏବେ ଏକାଧିକ ଲୋକଙ୍କ ଅବସ୍ଥା ଗୁରୁତର । ପୁଲିସ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଏହି ବିଷାକ୍ତ ମଦ କେଉଁଠୁ ଆସିଲା, କିଏ ଏହାକୁ ଆଣି ଲୋକଙ୍କୁ ଦେଇଥିଲା, ଏପର୍ଯ୍ୟନ୍ତ ପୁଲିସ ପାଖରେ ଏନେଇ କୌଣସି ସୂଚନା ନାହିଁ । ଗୁଜରାଟରେ ବହୁ ବର୍ଷ ଧରି ମଦ ଉପରେ ନିଷେଧାଦେଶ ଜାରି ରହିଛି । ଏଭଳି ସ୍ଥିତିରେ ଲୋକମାନେ କେଉଁଠାରୁ ମଦ ଆଣି ପିଇଲେ, ସେନେଇ ଯାଞ୍ଚ କରୁଛି ପୁଲିସ । ତଦନ୍ତ ପରେ ଏକ ସରକାରୀ ବିବୃତି ଜାରି କରାଯାଇ ସବିଶେଷ ତଥ୍ୟ ଦିଆଯିବ ପୋଲିସ କହିଛି ।

hiranchal ad1
Leave A Reply

Your email address will not be published.

two × 3 =