ମାନବ ଚାଲାଣ ନିୟନ୍ତ୍ରଣ ପାଇଁ ଆଞ୍ଚଳିକ ସ୍ତରୀୟ କର୍ମଶାଳା

0 88

ସମ୍ବଲପୁର: ରାଜ୍ୟରେ ମାନବ ଚାଲାଣ ନିୟନ୍ତ୍ରଣ ପାଇଁ ଦୁଇ ଦିନିଆ ଆଞ୍ଚଳିକ କର୍ମଶାଳାର ଆୟୋଜକ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ହୋଇଯାଇଛି । ଓଡ଼ିଶା ପୁଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଶ୍ରୀମତୀ ରେଖା ଲୋହାନୀ ଆମନ୍ତ୍ରିତ ଥିଲେ । ଆଜିର ଏହି କର୍ମଶାଳା ବିଷୟରେ ମିଡ଼ିଆକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆଧୁନିକ ସମାଜରେ ମାନବ ଚାଲାଣ ଏକ କଳଙ୍କିତ ଅଧ୍ୟାୟ ଓ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ପୁଲିସ ସଦା ସର୍ବଦା ଚେଷ୍ଟିତ । ତାଙ୍କ କହିବା ଅନୁସାରେ ରାଜ୍ୟରେ ଗତବର୍ଷ ୧୩୭ ଟି ମାନବ ଚାଲାଣ ମାମଲା ପଞ୍ଜୀକୃତ ହୋଇ ତନ୍ମଧ୍ୟରୁ ୧୨୦ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଯାଇଛି । ଏହି ସନ୍ଦର୍ଭରେ ସମଗ୍ର ରାଜ୍ୟରେ ସମ୍ବନ୍ଧିତ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସଚେତନ କରିବା ପାଇଁ ଆଜିକାର କର୍ମଶାଳା ଆୟୋଜିତ । ଏଥିରେ ପୁଲିସ ଓ ସାମାଜିକ କର୍ମକର୍ତ୍ତା ମିଶି ଏହି ଅଞ୍ଚଳର ୧୨ଟି ଜିଲ୍ଲାରୁ ପ୍ରାୟ ୮୫ଜଣ ସାମିଲ ରହିଛନ୍ତି । ସଂଯୁକ୍ତ ରାଷ୍ଟ୍ରସଙ୍ଘ ପକ୍ଷରୁ ୟୁନିସେଫ, ରାଜ୍ୟ ପୁଲିସର ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଅପରାଧ ଶାଖା, ଅପରାଧ ଅନୁସନ୍ଧାନ ବିଭାଗ ଓ ଅନ୍ତର୍ଜାତୀୟ ନ୍ୟାୟ ମିଶନ ଆଦିଙ୍କ ମିଳିତ ସହଯୋଗରେ ଏହି କର୍ମଶାଳା ଆୟୋଜିତ କରାଯାଇଛି । ପୁଲିସ ମହାନିରୀକ୍ଷକ ଦୀପକ କୁମାର, ଜିଲ୍ଲା ପୁଲିସ ଅଧିକ୍ଷକ ବାଟୁଲା ଗଙ୍ଗାଧର ଓ ତାଙ୍କର ସହଯୋଗୀମାନେ ଆଜିକାର ଆୟୋଜନକୁ ସଫଳ କରିବା ପାଇଁ ସକ୍ରିୟ ରୂପେ ଲାଗି ପଡିଛନ୍ତି ।

hiranchal ad1
Leave A Reply

Your email address will not be published.

two × five =