ନୂଆଦିଲ୍ଲୀ : ୨୦୨୨ ମସିହା ମେ ୩୧ ପର୍ଯ୍ୟନ୍ତ ବୈଦେଶିକ ବ୍ୟାଙ୍କ ଆକାଉଣ୍ଟରେ ଜମା ମାମଲାରେ ଭାରତ ୮,୪୬୮ କୋଟି ଟଙ୍କା ଅଜ୍ଞାତ ଆୟ ଏବଂ ୧,୨୯୪ କୋଟି ଟଙ୍କା ଜୋରିମାନା ଆଣିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବ୍ଲାକ୍ ମନି ଏବଂ ଟ୍ୟାକ୍ସ ଆକ୍ଟ ୨୦୧୫ ଅନୁଯାୟୀ ୩୬୮ଟି ମାମଲାର ମୂଲ୍ୟାଙ୍କନ ଶେଷ ହୋଇଛି ଏବଂ ମେ ୩୧, ୨୦୨୨ ପର୍ଯ୍ୟନ୍ତ ୧୪,୮୨୦ କୋଟି ଟଙ୍କା ଦାବି କରାଯାଇଛି । ସୀତାରମଣ କହିଛନ୍ତି ଯେ ୪,୧୬୪ କୋଟି ଟଙ୍କାର ବିଦେଶୀ ସମ୍ପତ୍ତିକୁ ନେଇ ବ୍ଲାକ୍ ମନି ଏବଂ ଟ୍ୟାକ୍ସ ଆକ୍ଟ ୨୦୧୫ ଅଧୀନରେ ୬୪୮ ଘୋଷଣା କରାଯାଇଛି । ଏହି ଯୋଜନା ୩୦ ସେପ୍ଟେମ୍ବର ୨୦୧୫ ରେ ବନ୍ଦ ହୋଇଯାଇଥିଲା । ଏହି ପରିପ୍ରେକ୍ଷୀରେ ଟ୍ୟାକ୍ସ ଏବଂ ଜରିମାନା ହିସାବରେ ପ୍ରାୟ ୨,୪୭୬ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା । ଲୋକସଭାରେ ଦୀପକ ବାଇଜ ଏବଂ ସୁରେଶ ନାରାୟଣ ଧାନୋରକର ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୀତାରମଣ ଏହି ସୂଚନା ଦେଇଛନ୍ତି । ସଦସ୍ୟମାନେ ପଚାରିଥିଲେ ଯେ ସ୍ୱିସ୍ ବ୍ୟାଙ୍କଗୁଡିକରେ ଭାରତୀୟ ନାଗରିକ ଏବଂ କମ୍ପାନୀଗୁଡିକ ଜମା କରିଥିବା ପରିମାଣରେ ବୃଦ୍ଧି ଘଟିଛି କି? ଅର୍ଥମନ୍ତ୍ରୀ କହିଛନ୍ତି, “ଭାରତୀୟ ନାଗରିକ ତଥା କମ୍ପାନୀ ଦ୍ୱାରା ସ୍ୱିସ୍ ବ୍ୟାଙ୍କଗୁଡିକରେ କେତେ ଟଙ୍କା ଜମା ହୋଇଛି ତାହାର କୌଣସି ସରକାରୀ ଆକଳନ କରାଯାଇ ନାହିଁ । ତଥାପି କିଛି ମିଡିଆ ରିପୋର୍ଟରେ କୁହାଯାଇଛି ଯେ ୨୦୨୦ ବର୍ଷ ତୁଳନାରେ ସ୍ୱିସ୍ ବ୍ୟାଙ୍କଗୁଡିକରେ ଜମା ହୋଇଥିବା ଭାରତୀୟଙ୍କ ଟଙ୍କା ବୃଦ୍ଧି ପାଇଛି । ୨୦୨୧ରେ ବୃଦ୍ଧି ଘଟିଛି । “ସୀତାରମଣ କହିଛନ୍ତି ଯେ ଗଣମାଧ୍ୟମର ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଏହି ଜମାଗୁଡ଼ିକ ସ୍ୱିଜରଲ୍ୟାଣ୍ଡରେ ଭାରତୀୟଙ୍କ ଦ୍ୱାରା ଜମା ହୋଇଥିବା କଳା ଅର୍ଥର ପରିମାଣ ସୂଚିତ କରେ ନାହିଁ । ତଥ୍ୟକୁ କିପରି ବ୍ୟାଖ୍ୟା କରାଯିବ,ତାହା ବିଭ୍ରାନ୍ତିକର ହେଡିଙ୍ଗ ଏବଂ ବିଶ୍ଳେଷଣକୁ ନେଇ ରିପୋର୍ଟରେ ଧ୍ୟାନ ଦିଆଯାଇ ନାହିଁ ବୋଲି ସେ କହିଛନ୍ତି ।