କାର୍ଗିଲ ବିଜୟ ଦିବସରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ସାରା ଦେଶ

0 44

ନୂଆଦିଲ୍ଲୀ: ଆଜି ଦେଶ ୨୩ତମ କାର୍ଗିଲ ବିଜୟ ଦିବସ ଉତ୍ସବ ମନାଉଛି । ଆଜିର ଦିନରେ ୧୯୯୯ ମସିହା କାର୍ଗିଲ୍‌ ଯୁଦ୍ଧର ଅନ୍ତଃ ଘଟିଥିଲା । ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ଭାରତ ବିଜୟ ଲାଭ କରି ଦେଶର ଟେକ ରଖିଥିଲା । ଆଜି ଏହି ପବିତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ନେତା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାଛଡା କାର୍ଗିଲ୍‌ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୋଦୀ ତାଙ୍କ ଟ୍ୱିଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି, ‘କାର୍ଗିଲ୍‌ ବିଜୟ ଦିବସ ଭାରତ ମାଆର ଗର୍ବ ଓ ଗୌରବର ପ୍ରତୀକ । ଏହି ଅବସରରେ ମାତୃଭୂମିର ପ୍ରତିରକ୍ଷା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିବା ସେ ସମସ୍ତ ବୀରଙ୍କୁ ମୋର ଶତ ନମସ୍କାର । ଜୟ ହିନ୍ଦ୍‌ ।’ ସେହିପରି ପ୍ରତିରାକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍‌ କରି ଲେଖିଛନ୍ତି,‘କାର୍ଗିଲ ବିଜୟ ଦିବସରେ ଭାରତ ଆମ ସଶସ୍ତ୍ର ବାହିନୀର ସାହସ,ସାହସିକତା ଓ ବଳିଦାନକୁ ଅଭିବାଦନ ଜଣାଉଛି । ମାତୃଭୂମି ପାଇଁ ସେମାନେ ଅନ୍ୟନ୍ତ କଠିନ ପରିସ୍ଥିତିର ମୁକାବିଲା କରି ବୀରତ୍ୱ ପ୍ରଦର୍ଶନ କରିଥିଲେ । ସେମାନଙ୍କ ସାହସ ଭାରତ ଇତିହାସରେ ଚିରସ୍ଥାୟୀ ହୋଇ ରହିବ ।’

hiranchal ad1
Leave A Reply

Your email address will not be published.

five × two =