ରାଜ୍ୟସଭାରୁ ନିଲମ୍ବିତ ହେଲେ ଆଉ ଜଣେ ସାଂସଦ

0 74

ନୂଆଦିଲ୍ଲୀ,୨୭/୦୭: ଗତ କିଛି ଦିନ ଧରି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳୁଛି । ପ୍ରତିଦିନ ଏକାଧିକ ସାଂସଦ ସଂସଦରୁ ନିଲମ୍ବିତ ହେଉଛନ୍ତି । ସମସ୍ତେ କେବଳ ଗୋଟିଏ କାରଣ ଆଧାରରେ ହିଁ ନିଲମ୍ବିତ ହେଉଛନ୍ତି । ତାହା ହେଉଛି ଗୃହରେ ହଙ୍ଗାମା ଓ ଅଶୋଭନୀୟ ଆଚରଣ । ଗତକାଲି ରାଜ୍ୟସଭାରୁ ୧୯ ଜଣ ନିଲମ୍ବିତ ହୋଇଥିଲା ବେଳେ ଆଜି ଆଉଜଣେ ସାଂସଦ ନିଲମ୍ବିତ ହୋଇଛନ୍ତି । ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ ରାଜ୍ୟସଭାରୁ ସସପେଣ୍ଡ କରାଯାଇଛି । ନାରାବାଜି, ପେପର ଚିରି ସ୍ପିକରଙ୍କ ଉପରକୁ ଫୋପାଡିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆପ୍‌ ସାଂସଦ ସଞ୍ଜୟ ସିଂହ ଗୃହ ଭିତରେ ଗୁଜରାଟର ବିଷାକ୍ତ ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲେ । ଏହି ସମୟରେ ଗୃହରେ ନାରାବାଜି,ପେପର ଚିରି ଏହାକୁ ସ୍ପିକରଙ୍କ ଉପରକୁ ଫୋପାଡିବା ଅଭିଯୋଗ ହୋଇଥିଲା । ଏଥିପାଇଁ ତାଙ୍କୁ ଗୃହରୁ ସସପେଣ୍ଡ କରିଦିଆଯାଇଛି । ସଞ୍ଜୟ ସିଂହଙ୍କୁ ଗୋଟିଏ ସପ୍ତାହ ପାଇଁ ଗୃହରୁ ନିଲମ୍ବିତ କରାଯାଇଛି । ଗତ ସୋମବାର ଲୋକସଭାର ୪ଜଣ କଂଗ୍ରେସ ସାଂସଦଙ୍କୁ ବାଚସ୍ପତି ନିଲମ୍ବନ କରିଥିଲେ । ମଙ୍ଗଳବାର ୧୯ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରିଥିଲେ ରାଜ୍ୟସଭା ସଭାପତି । ଦରଦାମ ବୃଦ୍ଧିକୁ ବିରୋଧ କରି ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ବିରୋଧୀ ସାଂସଦମାନେ ହଙ୍ଗାମା କରି ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲେ ।

hiranchal ad1
Leave A Reply

Your email address will not be published.

4 + seventeen =